ଈଶ୍ୱର ଚନ୍ଦ୍ର ବିଦ୍ୟାଳୟର ବାର୍ଷିକୋତ୍ସବ

 ସାରସକଣା:  ଈଶ୍ୱର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ବିଭୂତିଭୂଷଣ ପାଇକରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଜ୍ଞାନ ପରିଦର୍ଶକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନଳିନୀ କୁମାର ଚୌଧରୀ, ମୁଖ୍ୟବକ୍ତା ଭାବେ ଜି.ବି ହାଇସ୍କୁଲ  ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ସେଠୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟହରି ଘୋଷ, ବିରେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମିଶ୍ର, ୟୁଜି ହାଇସ୍କୁଲ ଝାରପୋଖରିଆ ପ୍ରଧାନଶିକ୍ଷକ ଅମୂଲ୍ୟ କୁମ୍ଭକାର, ବିଜ୍ଞାନ ସଂଯୋଜକ ପିସିଏମ୍ ଉଚ୍ଚ ବିଦ୍ୟାଳୟ ଆଣୁଆର ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ଦତ୍ତ, ପଞ୍ଚାୟତ ହାଇସ୍କୁଲ ମୁରୁଣିଆ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସୁଶାନ୍ତ ଗିରି, ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଧର ସାହୁ, ପୁରାତନ ଛାତ୍ର ସଂସଦ ସଭ୍ୟ ଶାନ୍ତନୁ କୁମାର ବେହେରା, ସିଆରସିସି ମଧୁସ୍ମିତା ବାରିକ ପ୍ରମୁଖ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ବରିଷ୍ଠ ଶିକ୍ଷକ ଜଗନ୍ନାଥ ସାହୁ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଶ୍ରୀକାନ୍ତ ସେଠୀ ମଞ୍ଚ ପରିଚାଳନା କରିଥଲେ । ସଭା ପରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଚନ୍ଦନୀ ମହାନ୍ତ, ସାବିତ୍ରୀ ମୁଣ୍ଡା ।  କାର୍ଯ୍ୟକ୍ରମର  ଦ୍ୱିତୀୟ ପର୍ବରେ ବିଜ୍ଞାନ ନାଟକ ଅପପୃଷ୍ଟି ଦର୍ଶକମାନଙ୍କୁ ବିମୋହିତ କରିଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନାଚ ଗୀତ ପରିବେଷଣ ହୋଇଥିଲା । ଶିକ୍ଷୟିତ୍ରୀ ସ୍ୱାତୀପ୍ରଜ୍ଞା ଘରାଇ, ସ୍ନେହଲତା ନାଏକ, ମିତାଲୀ ସିଂ, ମମତା ପରମାଣିକ, ଶିକ୍ଷକ ନନ୍ଦକିଶୋର ପ୍ରଧାନ, ମହେଶ୍ୱର ବେଶ୍ରା, ଭକ ଶଙ୍କର ହାଂସଦା, ଶିକ୍ଷା କର୍ମଚାରୀ ପ୍ରମୋଦ ଦାସ, ଟିପୁ ହାଂସଦା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସର୍ବଶେଷରେ ଶିକ୍ଷୟିତ୍ରୀ ନୀଳିମା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।