ଅନ୍ତ୍ୟୋଦୟ ରାସନ୍ କାର୍ଡରେ ଅନିୟମିତତା 

 ବୈତରଣୀ ରୋଡ଼ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ଗରିବ ଅନ୍ନ ଯୋଜନା ଅନ୍ୟତମ ଅଟେ । ଏହି  ଯୋଜନା ଭିତରେ ଅନ୍ତ୍ୟୋଦୟ ଯୋଜନା ଅନ୍ୟତମ । ସମସ୍ତ ଗରିବ ଶ୍ରେଣୀଭୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଏହି କାର୍ଡ ପ୍ରଦାନ ହୋଇଥାଏ ।  ନିମ୍ନବର୍ଗ ଭୂମିହୀନ, ପରିବାରର କେହି ରୋଜଗାରକ୍ଷମ ନଥିବା ଶ୍ରେଣୀର ଲୋକଙ୍କୁ ଏହି ସୁବିଧା ଦିଆଯାଇଥାଏ । ବିଗତ ବର୍ଷରୁ ଏହି  କାର୍ଡ ଅନିୟମିତତା ଭାବେ ବ୍ଲକର ବିଭିନ୍ନ ପଂଚାୟତରେ ଥିଲାବଲାଙ୍କୁ ଦିଆଯାଇଛି । ସରକାର ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ପାଂଚ କିଲୋ ଚାଉଳ ପ୍ରଦାନ କରୁଛନ୍ତି । ସେହିକ୍ରମରେ ଅତ୍ୟନ୍ତ ଗରିବ ପରିବାରକୁ କାର୍ଡ ପିଛା ୩୫କିଲୋ ଚାଉଳ ପ୍ରଦାନ କରିଛନ୍ତି । ଦୁଃଖର ବିଷୟ ଆଜି ଦିନରେ ଅନେକ ଗରିବ ଲୋକ ଏହି ଯୋଜନାର ସେବା ପାଇବାରେ ବଂଚିତ ଅଛନ୍ତି । ତାହା ଯୋଗାଣ ବିଭାଗ ପକ୍ଷେ କହିବା କଷ୍ଠସାଧ୍ୟ ଭଳି ମନେ କରାଯାଏ । ରାସନ କାର୍ଡ ପ୍ରତ୍ୟେକ ଗରିବଙ୍କ ପାଇଁ ମୁଖ୍ୟ ଶକ୍ତି ଓ ଆଧାର,ଏବଂ ବଂଚି ରହିବାର ଏକମାତ୍ର ମାଧ୍ୟମ । କୌଣସି ପରିସ୍ଥିତିରେ ଯଦି ରାସନ କଟିଥାଏ କିମ୍ବା ନଥାଏ ପ୍ରମୁଖ ସେବାଗୁଡ଼ିକ ମଧ୍ୟରୁ ସ୍ୱାସ୍ଥ୍ୟ ସେବା ଭଳି ସଙ୍ଗୀନ ପରିସ୍ଥିତିରେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହି ସକାଶେ ପ୍ରତ୍ୟେକ ଦିନ ଏହି ବିଭାଗୀୟ ଅଧିକାରୀଙ୍କ ପାଖେ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ । ଆଲୋଚନା ମୁତାବକ ଥିଲାବଲା ଶ୍ରେଣୀ ଗରିବଙ୍କ ଅନ୍ତ୍ୟୋଦୟ କାର୍ଡ ହାତେଇଥିବା ଯୋଗୁ ପ୍ରକୃତ ଗରିବ ଏହି ଆବଶ୍ୟକ ସେବାରୁ ବଂଚିତ ରହୁଛନ୍ତି । ବ୍ଲକ ଉନ୍ନୟନ ଅଧିକାରୀ ଓ ଯୋଗାଣ ନିରୀକ୍ଷକ ତ୍ରୁଟିପୂର୍ଣ୍ଣ କାର୍ଡଧାରୀ ସଂଶୋଧନ କ୍ରମେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।