ଉଠୁନି ଜବରଦଖଲ, ଉନ୍ନୟନ କାର୍ଯ୍ୟ ଠପ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରବେଶ ଦ୍ୱାର ରେ ଅବସ୍ଥିତ ଗୋବିନ୍ଦପାଲ୍ଲୀ ଗ୍ରାମ । ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ଠୁ ଆରମ୍ଭ କରି ପ୍ରଶାସକ, ନେତା, ମନ୍ତ୍ରୀ ଏହି ଗ୍ରାମ ଦେଇ ଜିଲ୍ଲାକୁ ପ୍ରବେଶ କରନ୍ତି ତେଣୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଗ୍ରାମର ରାସ୍ତା କଡକୁ ସୌନ୍ଦର୍ଯ୍ୟ କାରଣ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ, ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି ଜବର ଦାଖଲକାରୀ । କିଛି ଦୋକାନୀ ପଞ୍ଚାୟତ ଡ୍ରେନ ଉପରେ ଏବଂ ଆବଶ୍ୟକ ଠାରୁ ଅଧିକ ଜାଗା ଉପରେ ମାଡ଼ିବସିଛନ୍ତି । ଯାହାଫଳରେ ଡ୍ରେନ ସଫା ନହେବା କାରଣରୁ ବଜାର ଦୁର୍ଗନ୍ଧ ରେ ଫାଟୁଛି । ଏ ବାବଦରେ ଆମେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳ କୃଷ୍ଣ ଦେହୁରୀ ଙ୍କୁ ପଚାରିବାରୁ କହିଥିଲେ ଯେ ଆମେ ଦୋକାନୀଙ୍କୁ ବାରମ୍ବାର ନୋଟିସ ଦେବା ସତ୍ୱେ କୌଣସି କର୍ଣ୍ଣ ପାତ କରୁନାହାନ୍ତି,ଆମେ ଖଇରପୁଟ ତହସିଲଦାରଙ୍କୁ ଅବଗତ କରିଛୁ ଏବଂ ତହସିଲ ତରଫରୁ ଜାଗା ଖାଲି କରାଗଲା ପରେ ଡ୍ରେନ ସଫା ଏବଂ ସୌନ୍ଦଯ୍ୟକରଣ କାମ କରା ଯିବ । ଏହି କାମ ଅତିଶୀଘ୍ର କରାଯିବା ପାଇଁ ଗୋବିନ୍ଦପାଲ୍ଲୀର ବହୁ ଗ୍ରାମବାସୀ ଦାବି କରିଛନ୍ତି । ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ମିଳିବା ଘଟଣାକୁ ବିତିଲା ୫ଦିନ, ତଦନ୍ତରେ ଶିଥିଳତା ନେଇ ଅଭିଯୋଗ ଆଣିଲେ ସମାଜସେବି ଶରତ ବୁରୁଦା, ନିଜେ ଉଭୟ ଛାତ୍ରୀଙ୍କ ପରିବାରକୁ ଭେଟିବା ସହ ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଲେ ।