ଉତ୍ତରାଞ୍ଚଳ ସାଂଗଠନିକ ସମ୍ପାଦକ ହେଲେ ପ୍ରଦୀପ୍ତ
ନୀଳଗିରି : ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ରଙ୍କୁ ନିଖିଳ ଭାରତ ଓଡିଆ ଅଧ୍ୟାପକ ସମ୍ମେଳନର ଉତ୍ତରାଞ୍ଚଳ ସାଂଗଠନିକ ସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଗତ ୨୨ତାରିଖ ଦିନ ଭୁବନେଶ୍ୱର ସ୍ଥିତ କିସ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ସମ୍ମେଳନର ବାର୍ଷିକ ସମାବେଶରେ ସର୍ବସମ୍ମତିକ୍ରମେ ସମଗ୍ର ଓଡିଶାର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଉତ୍ତରାଞ୍ଚଳ ପାଇଁ ଜଣେ ଦକ୍ଷ, ସୁବକ୍ତା, ଛାତ୍ରବତ୍ସଳ ଅଧ୍ୟାପକ, ସଂଗଠକ ଭାବରେ ଜଣାଶୁଣା ଡ. ମିଶ୍ରଙ୍କୁ ସାଂଗଠନିକ ସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଫଳରେ ବାଲେଶ୍ୱର ଭଦ୍ରକ ଓ ମୟୂରଭଞ୍ଜର ଅଧ୍ୟାପକମାନଙ୍କୁ ମିଳିତ କରି ଭାଷା ସାହିତ୍ୟକୁ ଆଗେଇ ନେବେ ବୋଲି ଡ. ମିଶ୍ର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ ପାଇବା ପରେ ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।