ଏଜୁମିଟ୍ ୨୦୨୫ରେ ଯୋଗଦେଲେ ଆଲେକ୍ଜାଣ୍ଡାର

 ବ୍ୟାସନଗର :କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ  ଦ୍ୱାରା ଆୟୋଜିତ ଏଜୁମିଟ୍ର ନବମ ସଂସ୍କରଣରେ ଯୋଗଦାନ କରିଛନ୍ତି । କୋଲକାତାର ଠାରେ ଗ୍ଲୋବାଲ ଏଜୁକେଶନ ମୋବିଲିଟି ଉପରେ ଆୟୋଜିତ ହୋଇ ଯାଇଥିବା ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଗ୍ଲୋବାଲ ଏଜୁକେଶନ ମୋବିଲିଟିର ଏଜୁକେଶନ୍ ସିଷ୍ଟମ୍, ସ୍କିଲିଙ୍ଗ ଓ ଏମ୍ପ୍ଲୋଏବିଲିଟୀ ଉପରେ ପ୍ରଭାବ ତଥା ଗ୍ଲୋବାଲ ଲର୍ଣୀଙ୍ଗ ସେଣ୍ଟର୍ ଉପରେ ଆୟୋଜିତ ହୋଇଥିଲା । ଆଲୋଚନା ଚକ୍ରରେ ଯୋଗଦେଇ ବର୍ତ୍ତମାନର ଆମର ପାଠ୍ୟକ୍ରମକୁ ଆନ୍ତର୍ଜାତୀୟ ସ୍ତରୀୟ କରିବାକୁ ପଡ଼ିବ ଓ ଶିକ୍ଷକ ମାନଙ୍କୁ ନୂତନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହ ତାଳ ମିଶାଇ ଛାତ୍ରଛାତ୍ରୀ ମାନଙ୍କୁ ସେହି ଭାବରେ ପ୍ରଶିକ୍ଷିତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ଗ୍ରାମୀଣ ଛାତ୍ରଛାତ୍ରୀଙ୍କ କିଭଳି ଭାବେ ଆନ୍ତର୍ଜାତୀୟ ସ୍ତରର ଶିକ୍ଷା ବ୍ୟବସ୍ଥା ପହଁଚାଇ ପାରିବ ସେ ଦିଗରେ କାର୍ଯ୍ୟରତ ବୋଲି ଉଲ୍ଲେଖ କରିଥିଲେ ଏବଂ କେଜିଆଇର ବୈଦେଶିକ ଶିକ୍ଷାନୁଷ୍ଠାନ ମାନଙ୍କ ସହ ହେବାକୁ ଥିବା ଚୁକ୍ତି ଗୁଡ଼ିକ ବିଷୟରେ ମଧ୍ୟ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ତାଙ୍କ ସହ ବିଟ୍ସ ପିଲାନି ଶିକ୍ଷାନୁଷ୍ଠାନର ପୂର୍ବତନ ଭାଇସ୍ ଚାନ୍ସଲର ଡଃ ସୌଭିକ ଭଟ୍ଟାଚାର୍ଯ୍ୟ, ଜେଆଇଏସ ୟୁନିଭରସିଟୀର ଭାଇସ୍ ଚାନ୍େସଲର ଡଃ ଭାସ୍କର ଗୁପ୍ତା, ବେଙ୍ଗାଲୁରୁ ନ୍ୟାସନାଲ ଏଜୁକେଶନ୍ ଫାଉଣ୍ଡେସନର ଡଃ ନାଗମଣୀ ନଗରାଜା ଏବଂ ଦ୍ୱିତୀୟ ପର୍ଯ୍ୟାୟର ଆଲୋଚନା ଚକ୍ରରେ ଜେଆଇଏସ ୟୁନିଭରସିଟୀର ପ୍ରୋ ଚାନ୍େସଲର ଡଃ ନିରଜ୍ ସକ୍ସେନା, ଟେକ୍ନୋ ମେନ୍ ସଲ୍ଟଲେକ୍ର ପ୍ରିନ୍ସିପାଲ ପ୍ରଫେସର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ସିକମ୍ ଗ୍ରୁପ୍ର ଏକ୍ଜିକୁ୍ୟଟିଭ ଡାଇରେକ୍ଟର ଅର୍ପଣ ଚକ୍ରବର୍ତୀ, ଜେଆଇଏମ୍ଏସଏଚର ପ୍ରିନ୍ସିପାଲ୍ ପ୍ରଫେସର ଡ଼ଃ ଶାନ୍ତନୁ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଓଡିଶାର ଏକମାତ୍ର ଶିକ୍ଷାବିତ୍ ଭାବରେ ଇଂ ଆଲେକଜାଣ୍ଡାର ଦାସ ଯୋଗ ଦେଇଥିବା ବେଳେ ସଅତିଥି ଭାବରେ ପଶ୍ଚିମବଙ୍ଗର ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ବିଭାଗର ପ୍ରିନ୍ସିପାଲ୍ ସେକ୍ରେଟାରୀ ଆଇଏଏସ ବିନୋଦ କୁମାର, ପୂର୍ବ ଏବଂ ଉତ୍ତରପୂର୍ବ ଭାରତର ବ୍ରିଟିଶ ଡେପୁଟି ହାଇ କମିଶନର ଡଃ ଆଣ୍ଡ୍ରିୟୁ ଫ୍ଲେମିଂ ଏବଂ ଅଷ୍ଟ୍ରେଲିଆର କନସୁଲେଟ୍ ଜେନେରାଲ କେଭିନ୍ ଗୋହ ପ୍ରମୁଖ ଯୋଗଦାନ କରିଥିଲେ ।