ଯାଜପୁର ରୋଡ଼-ଧାମରା ରେଳପଥ ପାଇଁ ଜନ ଜାଗରଣ ଅଭିଯାନ


ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଯାଜପୁର ରୋଡ଼-ଧାମରା ରେଳପଥ ପାଇଁ ଜନଜାଗରଣ ଅଭିଯାନର ଶୁଭାରମ୍ଭ ହୋଇଛି । ସଂଗ୍ରାମ ପରିଷଦର ସଂଯୋଜକ ପଦ୍ମାକର ଗୁରୁଙ୍କ ସଂଯୋଜନାରେ ଯାଜପୁର ଟାଉନ ମିଶନ ଶକ୍ତିଭବନରେ ଜନ ଜାଗରଣ ଅଭିଯାନକୁ ପରିଷଦର ଅଧ୍ୟକ୍ଷ ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଶୁଭାରାମ୍ଭ କରିଥିଲେ । ପ୍ରକାଶ ଥାଉ କି ଯାଜପୁର ରୋଡ଼-ଧାମରା ରେଳପଥ ସବିଶେଷ ପ୍ରକଳ୍ପ ତଥ୍ୟ ଡିପିଆର୍ କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରଶ୍ୱେର ପଙ୍କୱାଲ୍ ରେଳବୋର୍ଡ଼ ଅଧ୍ୟକ୍ଷ ନୂଆଦିଲ୍ଲୀଙ୍କୁ ପ୍ରେରଣ କରାଯାଇଛି । ଏଖବର ଜଣାପଡ଼ିବ ପରେ ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନୁ୍ୟନ ୧୨ଲକ୍ଷ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ପରିଷଦର ଅଧ୍ୟକ୍ଷ ଶ୍ରୀ ଖୁଣ୍ଟିଆ  ୩ ଜିଲ୍ଳାର ବୁଦ୍ଧିଜୀବୀ ସକି୍ରୟ ସଚେତନ ନାଗରିକ ମାନଙ୍କର ପୂର୍ଣ୍ଣ ସମର୍ଥନ ଲାଗି ଜନଜାଗରଣ ଅଭିଯାନର ଆବକଶ୍ୟକତା ଅତ୍ୟନ୍ତ ପ୍ରଣିଧାନ ବୋଲି ମତବ୍ୟକ୍ତ କରିଥିଲେ । ଚଳିତ ବଜେଟ୍ରେ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରି ଡିସେମ୍ବର ମାସ ୨୦୨୪ ଭିତରେ କାର୍ଯ୍ୟର ଶୁଭାରମ୍ଭ କରିବାକୁ ପରିଷଦ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । ଜନଜାଗରଣ ଅଭିଯାନରେ ପରିଷଦର ଉପାଧ୍ୟକ୍ଷ ମନୋଜ ରାଉତ, ଉପଦେଷ୍ଟା ଆଇନଜୀବୀ ଶ୍ରୀଧର ନାୟକ, ଯାଜପୁରର ପୂର୍ବତନ ନଗରପାଳ ଭବପ୍ରସାଦ ଦାସ, ଆଲୋକ ବେହେରା, ଯାଜପୁର ପୌରପରିଷଦର ଉପନଗରପାଳ ସନ୍ତୋଷ ମଲ୍ଲିକ, ଭିତରକନିକା ଉନ୍ନୟନ ପରିଷଦର ସଭାପତି ସୁଶାନ୍ତ କୁମାର ରାଉତ, ଆଳୀ-ରାଜକନିକା ସଂଗ୍ରାମ ପରିଷଦର ଅଧ୍ୟକ୍ଷ ସତ୍ୟପି୍ରୟ ସାମଲ, ବିରଜାକ୍ଷେତ୍ର ବିକାଶ ପରିଷଦର ସଭାପତି ତପନ ମହାରଣ୍ୟ ଶର୍ମା, ଶ୍ରମିକ ନେତା ଅକ୍ଷୟ ଜେନ, ନାରାୟଣ ସାମନ୍ତ, ବିଭୂତି ମହାପାତ୍ର, ବିଳାଶ ରାଉତ, ଦିଲ୍ଲୀପ କୁମାର ଦାଶ, ବୃନ୍ଦାବନ ମିଶ୍ର, ପ୍ରଧ୍ୟାପକ ଉଦୟ କୁମାର ପରିଡ଼ା, ଇନ୍ଟାକ୍ର ଯାଜପୁର ସଭାପତି ଅନୀଲ୍ କୁମାର ମହାନ୍ତି, ଅଭିମନୁ୍ୟ ମିଶ୍ର, ମିଡ଼ିଆ ସଂଯୋଜ ଆଦିତ୍ୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଖୁବ୍ ଶୀଘ୍ର ଖୁଂଟିିଆଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ, ଓଡ଼ିଶା, କେନ୍ଦ୍ର ରେଳମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳବୋଡ଼ ଅଧ୍ୟକ୍ଷଙ୍କୁ ସାକ୍ଷାତ୍ କରି ନୂତନ ରେଳପଥର ବ୍ୟୟବରାଦ ଓ ଶୁଭାରମ୍ଭ ଲାଗି ଉଦ୍ୟମ କରିବେ । ପରିଷଦର ଆବହକ ସନ୍ତୋଷ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।