ଏଟିଏମ୍ ଚୋର ଗିରଫ 

 ତିହିଡି: ତିହିଡି ପୁଲିସ ପ୍ରମୋଦ ସାମଲ ନାମକ ଜନୈକ କୁଖ୍ୟାତ ଏଟିଏମ ଚୋରକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ୧ ତାରିଖରେ ତିହିଡ଼ି ଥାନା ଅଧୀନ ମଙ୍ଗରାଜପୁର ଗ୍ରାମ ରମାକାନ୍ତ ରାଉଳ ନାମକ ଜନୈକ ବ୍ୟକ୍ତି ମଙ୍ଗରାଜପୁର ଛକରେ ଷ୍ଟେଟବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଉଥିଲେ । ତେବେ ସେ ଟଙ୍କା ଉଠାଇବାରେ ବିଫଳ ହେବାରୁ ସେଠାରେ ଉପସ୍ଥିତ ପ୍ରମୋଦ ତାଙ୍କ ଏଟିଏମ ନେଇ ଟଙ୍କା ଉଠାଇବା ସହ କୌଶଳରେ ଏଟିଏମ କାର୍ଡ଼ ବଦଳ କରିଦେଇଥିଲେ । ଏହାପରେ ସେ କମାରିଆ ଓ ମତୋ ଆଦି ସ୍ଥାନରେ ଏଟିଏମରୁ ୯୮,୫୦୦ ଟଙ୍କା ଉଠାଇ ନେଇଥିଲେ । ସେବେ ଠାରୁ ପୁଲିସ ଅନୁସନ୍ଧାନ ଜାରି ରଖିଥିଲା । କୌଣସି ସୂତ୍ରରୁ ଖବର ପାଇ ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଧୀନ ଚମ୍ପାଇପାଳ ଗ୍ରାମରୁ ରବିବାର ରାତି୍ରରେ ଗିରଫ କରିଛି । ତା ନିକଟରୁ ନଗଦ ୨୦ ହଜାର ଟଙ୍କା ଓ ୬ ଗୋଟି ଏଟିଏମ କାର୍ଡ଼ ଜବତ କରାଯାଇଛି । ପ୍ରମୋଦ ନାମରେ ଏକାଧିକ ଏଟିଏମ କାର୍ଡ଼ ଚୋରି ମାମଲା ରହିଥିବା ଜଣାଯାଇଛି ।