ଏନସିସି କ୍ୟାଡଟ୍ସ ଓ ପୁରାତନ ଛାତ୍ର ସଂଘର ସ୍ୱଚ୍ଛତା ଅଭିଯାନ
ପାରାଦୀପ : ପାରାଦୀପ କଲେଜ ଏନ୍ସିସି କ୍ୟାଡେଟ ଓ ଏନ୍ସିସି ପୁରାତନ ଛାତ୍ର ସଂଘ ପକ୍ଷରୁ ମାଉସି ମା ମନ୍ଦିର ନିକଟସ୍ଥ ଅଞ୍ଚଳରେ ୫୧ତମ ସ୍ୱଚ୍ଚତା ଅଭିଯାନ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ କମାଣ୍ଡର ସୁଶାନ୍ତ ମହାନ୍ତି, ଏନ୍ସିସିର ୩ ଓଡିଶା ନାଭାଲ୍ ୟୁନିଟ କମାଣ୍ଡିଂ ଅଫିସର, ଯିଏ ପାରାଦୀପର ଏନ୍ସିସି କ୍ୟାଡେଟ ଓ ପୁରାତନ ଛାତ୍ରମାନଙ୍କର ସମର୍ପଣ ଓ ସେବାଭାବକୁ ପ୍ରଶଂସା କରିଛନ୍ତି । ଜନସଚେତନତା ଓ ଜନ ଉପକାରିତା ର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅଭିଯାନ ସମୟରେ ମାଉସି ମା ମନ୍ଦିର ପ୍ରାଙ୍ଗଣ ଓ ପୁଷ୍କରିଣୀରୁ ପ୍ଲାଷ୍ଟିକ ଓ ଆବର୍ଜନା ସଫା କରାଯାଇଥିଲା । ପୁରାତନ ଛାତ୍ର ସଂଘର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ମହାପାତ୍ର ସାଧାରଣ ଲୋକଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କରିବାରୁ ନିବୃତ ରହିବା ଓ ପାରାଦୀପ ପୌରପାଳିକା ପ୍ରଦତ୍ତ ଡଷ୍ଟବିନ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ । ଲେଫ୍ଟନାଣ୍ଟ କମାଣ୍ଡର ଏସି. ମିଶ୍ର ପରାମର୍ଶଦାତା ଏନସିସି ଓ ଆଲୁମନି ଆସୋସିଏସନ ସ୍ୱେଚ୍ଛାସେବୀଙ୍କୁ ଉସôାହିତ କରି ‘ନେସନ୍ ଫାଷ୍ଟ୍, ସ୍ୱଚ୍ଛତା ହିଁ ସେବା’ ମନ୍ତ୍ରକୁ ପୁନଃଦୃଢ କରିଥିଲେ । ଏଥିରେ ୪୦ ଏନ୍ସିସି କ୍ୟାଡେଟ୍ ଓ ୧୫ ପୁରାତନ ଛାତ୍ର ସଙ୍ଘ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂଘର ଉପାଧ୍ୟକ୍ଷ ବିକ୍ରମସିଂହ ମହାରଣା, ସହସମ୍ପାଦକ ନିଳିମା ପ୍ରିୟଦର୍ଶିନୀ, କାର୍ଯ୍ୟକାରିଣୀ ସଦସ୍ୟ ହରପ୍ରିୟା ପଟ୍ଟନାୟକ, ଲିପୁନା ବାରିକ, ଜିତେନ୍ଦ୍ର ବାରିକ, ସରୋଜ ସ୍ୱାଇଁ, ରାଜା ମଲିକ, ଦୀପକ କରଣ, ମଧୁସ୍ମିତା, ସୁଚରିତା ରାଉତ, ଅରୁଣିମା ଓ ଏନସିସି କ୍ୟାଡେଟ୍ ପିକୁନ୍ ପ୍ରମୁଖ ସାମିଲ ଥିଲେ ।