ଛାତ୍ର ସଂସଦର ବାର୍ଷିକୋତ୍ସବ

 ପଟ୍ଟାମୁଣ୍ଡାଇ: ଏମ ଏନ ହାଇସ୍କୁଲର ୧୫ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡ଼ା ଜିଲ୍ଲାର ଏମ୍ଏନ୍ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ ସମଗ୍ର ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରି ପଟ୍ଟାମୁଣ୍ଡାଇ ମାଟିର ଗୌରବ ଓ ଗାରିମା ବୃଦ୍ଧି କରିଛନ୍ତି । ଗତ ସରକାର ଏମ୍ଏନ୍ ହାଇସ୍କୁଲକୁ ସେଣ୍ଟର ଏଫ ଏକ୍ସଲେନ୍ସ  ମାନ୍ୟତା ପ୍ରଦାନ କରି ହାଇସ୍କୁଲର ବିକାଶ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଇଥିବାବେଳେ, ସ୍କୁଲର ମଧ୍ୟାହ୍ନ ଭୋଜନ ଗୃହ ପାଇଁ ବିଧାୟକ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ପ୍ରକାଶ କରିଥିଲେ ।  ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍କୁଲର ଗୌରବ ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ଓ ଏଥିରେ ଏମ୍ଏନ୍ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ରାଉତରାୟ, ଆଡଭୋକେଟ ଗୋପୀନାଥ ତ୍ରିପାଠୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରାକ୍ତନ ପ୍ରଶାସକ ଡ. କେଳୁ ଚରଣ ସ୍ୱାଇଁ, ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରଫେସର ଅର୍ଜୁନ ଚରଣ ନାୟକ, ପ୍ରଫେସର କୈଳାଶ ପାତ୍ର, କାଉନସିଲର ଗୋପୀବଲ୍ଲଭ ନାୟକ, ଶିକ୍ଷାବିତ୍ ସଚ୍ଚିନନ୍ଦନ ଦାସ, କବି ବ୍ରଜ ସୁନ୍ଦର ସାହୁ, ରାଜ୍ୟ ସଂଗଠକ ରାଜେନ୍ଦ୍ର ବର୍ମା, ଆଡଭୋକେଟ ପ୍ରମୋଦ ସାହୁ ଓ ସଂଜୀବ କର, ସାମ୍ବାଦିକ ପତିତପାବନ ଭଦ୍ର ଅକ୍ଷୟ ସାହୁ ଓ କୁମାରେଶ ନାୟକ, ଇଂ. ତପନପାତ୍ର ପ୍ରମୁଖ ଭାଷଣ ଦେଇଥିଲେ । ସମ୍ପାଦକ କଣ୍ଡୁରୀ ଚରଣ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ, ପ୍ରମୋଦ ସାହୁ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍କୁଲରେ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଲଳିତ ଦାସମହାପାତ୍ର, ସଞ୍ଜୟ ବର୍ମା, ଗୁରୁପ୍ରସନ୍ନ ସାହୁ, ରାଜେନ୍ଦ୍ର ଦାଶ, ନଟବର ସେଠୀ, ଇତିଶ୍ରୀ ଦାଶ, ସହକାରୀ ଶିକ୍ଷକ ଅଶୋକ ଦାଶ, ଅନିତା ଧଳ ପ୍ରମୁଖ ପରିଚାଳନା କରିଥିଲା ବେଳେ ରମେଶ ଦେ ଧନ୍ୟବାଦ ଦେଇଥିଲେ ।