ଏନ୍ଆର୍ଆର୍ଆଇରେ ଆଞ୍ଚଳିକ କୃଷି ମେଳା
କଟକ : ସ୍ଥାନୀୟ ବିଦ୍ୟାଧରପୁର ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ) ରେ ଆଂଚଳିକ କୃଷି ମେଳା ୨୦୨୫ ଅନୁଷ୍ଠିତ ହେଉଛି । ମେଳାର ଆଜି ଥିଲା ଦ୍ୱିତୀୟ ଦିବସ । ଏହି ମେଳାରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ଚାଷୀ, ଗବେଷକ ଏବଂ ଶିଳ୍ପ ବିଶେଷଜ୍ଞଙ୍କ ସମେତ ପ୍ରାୟ ୨୦୦୦ ହିତାଧିକାରୀ ଏକତି୍ରତ ହୋଇଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ଅନୁଷ୍ଠାନର ନିଦେ୍ର୍ଦଶକ ଏ ଡଢ଼ଙ୍ଗୀ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ କୃଷି ମେଳାର ଅଧ୍ୟକ୍ଷ ଅମରେଶ ନାୟକ, ଭୁବନେଶ୍ୱର ଉଦ୍ୟାନକୃଷି ପ୍ରତିଷ୍ଠାନର ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, କୃଷି ମେଳାର ଉପାଧ୍ୟକ୍ଷ ଡ ଏମଜେ ବେଗ ଓ ପୂର୍ବାଞ୍ଚଳ କୃଷି ମେଳାର ଆୟୋଜକ ଜିଏକେ କୁମାର ପ୍ରମୁଖ ଯୋଗ ଦେଇଥିଲେ । ୫ଜି ପ୍ରଯୁକ୍ତିର ଭୂମିକା ଉପରେ ଶିଳ୍ପ, ସରକାର ଏବଂ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଯୋଗାଯୋଗ ଏବଂ ସହଯୋଗ ପାଇଁ ଏକ ମଂଚ ପ୍ରଦାନ କରିବା ଏହି ମେଳାର ମୁଖ୍ୟ ଲକ୍ଷ୍ୟ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି କୃଷି ମେଳା ମାର୍ଚ୍ଚ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳା ମାଧ୍ୟମରେ ଲାଇଭ ପ୍ରଦର୍ଶନ, ଫସଲ ସେମିନାର, ପ୍ରଦର୍ଶନୀ ଏବଂ ପାରସ୍ପରିକ କୃଷକ-ବୈଜ୍ଞାନିକ ଭଳି ବିଭିନ୍ନ କାର୍ଯ୍ୟକଳାପ ଅଂଶଗ୍ରହଣ କାରୀମାନଙ୍କୁ ପ୍ରଯୁକ୍ତି ବିଦ୍ୟା ଏବଂ ଆଧୁନିକ କୃଷି ପଦ୍ଧତି ବିଷୟରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କୃଷି ସାମଗ୍ରୀ, ଯନ୍ତ୍ରପାତି, ପ୍ରକି୍ରୟାକରଣ ଏବଂ ବିପଣନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ନବ ସୃଜନ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସନ୍ଧ୍ୟାରେ ଏକ ରଂଗାରଂଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।