ଏନ୍ଏଚ୍ ଅଢ଼େଇ ଘଣ୍ଟା ବନ୍ଦ : ଇଣ୍ଟରନେଟ୍ ବି ବନ୍ଦ ହେଲା

 ଭଦ୍ରକ/ଧାମନଗର: ଗୋଷ୍ଠୀ ସଂଘର୍ଷରେ ମୃତ ଗୋସେବକ ସନ୍ତୋଷ ପରିଡ଼ାଙ୍କ ଶବ ଭୁବନେଶ୍ୱରରୁ ଭଦ୍ରକ ଆସିବା ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି  । ଲୋକମାନେ ଅଢ଼େଇ ଘଣ୍ଟା ଧରି ଜାତୀୟ ରାଜପଥ ବନ୍ଦ କରିଥିଲେ  । ଅପରପକ୍ଷରେ ସମ୍ଭାବ୍ୟ ହିଂସାକୁ ଆଖିଆଗରେ ରଖି ଜିଲ୍ଲାର ଇଣ୍ଟରନେଟ୍ ବନ୍ଦ କରାଯାଇଛି  । 
ତିହିଡିÿ କଷଟି ଗାଁରେ ଗୋଚାଲାଣକୁ ବିରୋଧ ବେଳେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ସନ୍ତୋଷ ପରିଡ଼ାଙ୍କ ମର ଶରୀର ଆଜି ଭୁବନେଶ୍ୱରରୁ ଭଦ୍ରକ ଆସିଥିଲା  । ଫଳରେ ହଜାର ହଜାର ଲୋକ ଜାତୀୟ ରାଜପଥକୁ ବନ୍ଦ କରିଦେଇଥିଲେ  । ମୃତକଙ୍କ ପରିବାର ମଧ୍ୟ ରାସ୍ତାରେ ବସିଥିଲେ  । ଫଳରେ ୪ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଆନେ୍ଦାଳନ ଯୋଗୁଁ ରାସ୍ତା ଜାମ୍ ହୋଇଯାଇଥିଲା  । ଗତକାଲି ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ପରିବାରର ଜଣକୁ ÿଚାକିରି ଓ ଦଶ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ  । କିନ୍ତୁ ଲୋକମାନେ ଅଧିକ କ୍ଷତିପୂରଣ ରାଶି ଦାବି କରିବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ଆନେ୍ଦାଳନ କରିଥିଲେ  । ଏପରିକି ଡିଆଇଜି, ଏସପିଙ୍କ କଥା ବି ଶୁଣିନଥିଲେ  । ଘଟଣା ସ୍ଥଳରେ ଏମପି ଅଭିମନୁ୍ୟ ସେଠି, ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର, ଜିଲ୍ଲାପାଳ ଦିଲୀପ ରାଉତରାଏ ପହଁଚି ବହୁ ସମୟ ବୁଝାଶୁଝା କରିଥିଲେ  । ପରିବାର ଲୋକେ ବିଧାୟକଙ୍କ କଥାରେ ରାଜି ହେବା ପରେ ରାସ୍ତା ରୋକ ହଟିଥିଲା  । ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକ କଥା ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମୃତକ ପରିବାର ଲୋକଙ୍କୁ ନେଇ ଆଲୋଚନା କରିଥିଲେ  । ଅଧିକ କିଛି ଅର୍ଥ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣା ପଡ଼ିଛି  । ତେବେ ଭଦ୍ରକ ବାସୀ ଗୋଚାଲାଣ ସମ୍ପୂର୍ଣ୍ଣ ବନ୍ଦ ପାଇଁ ପ୍ରବଳ ଦାବି କରି ନେତାଙ୍କ ଉପରେ ବର୍ଷିଥିଲେ  । ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି  । ଆଜି ସକାଳ ୬ ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖା ଯାଇଛି  । ଭଦ୍ରକ ସହର, ବ୍ଲକ ଅଞ୍ଚଳ, ଧାମନଗର ସହର, ଧାମନଗର ବ୍ଲକ ଅଞ୍ଚଳ ଏବଂ ତିହିଡିÿ ବ୍ଲକ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି  ।  ଏହାଛଡ଼ା ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି  । ଏପରି ସ୍ଥଳେ ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାୟକ ଭଦ୍ରକ ଗସ୍ତ କରି ଭଦ୍ରକ ଜିଲ୍ଲାପାଳ ଏବଂ ଏସପି ଙ୍କ ସହିତ ଏହି ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ  । ସେ କହିଛନ୍ତି ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଜିଲ୍ଲା, ଜିଲ୍ଲା ବାହାରୁ ଏପରିକି ରାଜ୍ୟ ବାହାରରୁ ମଧ୍ୟ ଗିରଫ କରାଗଲାଣି  । ଆହୁରି ଅନେକଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି  । ଏଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ୩ ଟିମ ଗଠନ କରାଯାଇଛି  । ତେଣୁ ଜିଲ୍ଲାବାସୀ କୌଣସି ଗୁଜବକୁ ବିଶ୍ୱାସକୁ ନିଅନ୍ତୁ ନାହିଁ ବୋଲି କହିବା ସହିତ ସାମାଜିକ ଗଣମାଧ୍ୟମରେ କେହି ବିଭ୍ରାତ୍ମକର ପୋଷ୍ଟ ନ କରିବାକୁ ଅନୁରୋଧ କରିଛନ୍ତି  ।