ଏରସମା ରଜ ମହୋସବର ସପ୍ତମ ସନ୍ଧ୍ୟା

 ଏରସମା:  ଏରସମା ରଜ ମହୋସôବ କମିଟି ପକ୍ଷରୁ ୧୪ ତମ ବାର୍ଷିକ ରଜ ମହୋସôବ ଉସôବ ଏରସମା ଦେବୀ ଦୋଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ସପ୍ତମ ସନ୍ଧ୍ୟାରେ ମୁଖ୍ୟ ଅତିଥି ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏରସମା ରଜ ମହୋସôବ କମିଟିର ସଭାପତି ସମୀର ରଞ୍ଜନ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କୁ ଏହି ରଜ ମହୋସôବ କମିଟିର ଗୁରୁ ଭାବେ ଦାୟିତ୍ୱ ଦେଇଥିଲେ । ପୂର୍ବରୁ ଏରସମାର ପୂର୍ବତନ ମନ୍ତ୍ରୀ ଡ଼ ଡାମୋଦର ରାଉତ ଏରସମା ରଜ ମହୋସôବ ଆରମ୍ଭ କରିଥିଲେ । ମୁଖ୍ୟ ବକ୍ତା ଭାବେ ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ସମ୍ମାନିତ ଅତିଥି ଭାବେ ୩ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ ଯୋଗଦେଇ ଥିଲେ । ରଜ ମହୋସôବ କମିଟିର ସଂପାଦକ ନିରାକାର ସ୍ୱାଇଁ ଧନ୍ୟବାଦ୍ ଦେଇଥିଲେ  । ରଜ ମହୋସôବ କମିଟିର କୋଷାଧ୍ୟକ୍ଷ ସମୀର କୁମାର ସାହୁ, କାର୍ଯ୍ୟକାରୀ ସମ୍ପାଦକ ବିଶ୍ୱଜିତ ମୁଦୁଲି, ଉପସଭାପତି ଜଗନ୍ନାଥ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି କିଶୋର କୁମାର ପଣ୍ଡା ଉସôବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ  ।