ଏସ୍ଡିପିଓ ଜ୍ଞାନରଞ୍ଜଙ୍କୁ ଗାର୍ଡ ଅଫ୍ ଅନର
କୁଆଖିଆ : ହୃଦଘାତ୍ରେ ବିୟୋଗ ଘଟିଥିବା ଏସ୍ଡିପିଓ ଜ୍ଞାନରଂଜନ ମିଶ୍ରଙ୍କୁ ତାଙ୍କ ବାସଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ଶୁକ୍ରବାର ସକାଳ ୭ ଘଟିକା ସମୟରେ ଭୁବନେଶ୍ୱରରୁ ତାଙ୍କ ମର ଶରୀରଜନ୍ମସ୍ଥାନ ରସୁଲପୁର ବ୍ଲକର କଇଁଚି ଶାସନରେ ପହଁଚିବା ପରେ ଯାଜପୁର ଅତିରିକ୍ତ ଏସ୍ପି ଅନିରୁଦ୍ଧ ରାଉତରାୟ, ଆର୍ଆଇ ଦୀନେଶ କୁମାର ସାହୁ, ଯାଜପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝି, କୁଆଖିଆ ଥାନା ଅଧିକାରିଣୀ ଚିନ୍ମୟୀ ସାହୁ , କାମାକ୍ଷାନଗର ଥାନା ଅଧିକାରୀ ଆଶିଷ ଜେନା, ଏଏସ୍ଆଇ ଦେବପଦ ମହାନ୍ତି ସ୍ୱର୍ଗତ୍ ମିଶ୍ରଙ୍କୁ ତୋପ ସଲାମୀ ଜଣାଇଥିଲେ । ସ୍ୱର୍ଗତ୍ ମିଶ୍ର ଓଡିଶା ପୁଲିସ୍ରେ ନିଯୁକ୍ତି ପାଇ ଦକ୍ଷତାର ସହିତ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । କାମାକ୍ଷାନଗର ଏସ୍ଡିପିଓ ଭାବରେ କାର୍ଯ୍ୟ କରି ଓଡିଶା ପୁଲିସ୍ ବିଭାଗ ପାଇଁ ସୁନାମ ଆଣିଥିଲେ । ଶେଷ ଦର୍ଶନ ନିମିତ ସହପାଠୀ ଅରୁଣ କୁମାର ବୋଇତାଇ, ଉମେଶ ସାହୁ ,ବନମାଳୀ ସାହୁ , ବ୍ଲକ କଂଗ୍ରେସ୍ ସଭାପତି ମିହିର କୁମାର ମିଶ୍ର ଏବଂ ଆତ୍ମିୟ ସ୍ୱଜନ ଓ ପରିବାରର ନିତ୍ୟାନନ୍ଦ, ଚିତରଞ୍ଜନ, ସୀତାକାନ୍ତ, ସୂର୍ଯ୍ୟନାରାୟଣ, ଅବସରପ୍ରାପ୍ତ ସୈନିକ କମ୍ରେଡ୍ ଗତିକୃଷ୍ଣ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଁଚି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ତାଙ୍କ ମର ଶରୀରକୁ ଗ୍ରାମପରିକ୍ରମା କରାଯାଇ କର୍ମଭୂମୀ କାମାକ୍ଷାନଗର ନିଆଯାଇଥିଲା । ସେଠାରୁ ପୁରୀ ସ୍ୱର୍ଗ ଦ୍ୱାରକୁ ନିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।