ଐତିହାସିକ ବାଲିଯାତ୍ରା ଉଦ୍ୟାପିତ

 ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ସଦରମହକୁମାରେ  ପାରମ୍ପାରିକ ୯ ଦିନିଆ ବାଲିଯାତ୍ରା  ଗତ ସୋମବାର ଠାରୁ  ଅନୁଷ୍ଠିତ ହୋଇଥିଲା  ।  ଏହି ବାଲିଯାତ୍ରାଟି ୩ ବର୍ଷକୁ ଥରେ ହେବାକୁ ଥିବାବେଳେ ଚଳିତ ବର୍ଷ ବାଲିଯାତ୍ରା ୧୨ ବର୍ଷକୁ ଅନୁଷ୍ଠିତ ହୋଇଛି  । ଚଳିତ ବର୍ଷ ବାଲିଯାତ୍ରାଟି ବହୁ ଦିନରୁ ଅନୁଷ୍ଠିତ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଉସôାହ ଖେଳିଯାଇଥିବାର ଦେଖିବାକୁ ମିଳିଥିଲା ।  ପାରମ୍ପରିକ ନୃତ୍ୟ, ବାଜା ଏବଂ ଆନନ୍ଦ ଉଲ୍ଲାସରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ଉଦ୍ୟାପନୀ ଉସôବ ପାଳିତ ହୋଇଥିଲା ।