ଓଡିଶା ଦିବସ ପାଳିତ
କଟକ:ଜିଲ୍ଲାସ୍ତରୀୟ ଓଡିଶା ଦିବସ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ରାଜ୍ୟ ସଂଗୀତ ବନେ୍ଦ ଉକôଳ ଜନନୀ ଗାନ କରିବା ସହ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଓଡିଶା ଦିବସ ଅବସରରେ ବିଦ୍ୟାଳୟସ୍ତରରେ ଉପ-କନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ବିଭାଗରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଶିକ୍ଷା ନିରୀକ୍ଷକ କେନ୍ଦୁଝର ମଣ୍ଡଳ, ସଂଚିତା ବେହେରା, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ, ପ୍ରଗତି ମହାନ୍ତି, ଅତିରିକ୍ତ ଜଲ୍ଲା ମଙ୍ଗଳ ଅଧିକାରୀ, ଅନ୍ନପୂର୍ଣ୍ଣା ଦେବୀ ତଥା ମଙ୍ଗଳ ବିଭାଗର କର୍ମକର୍ତ୍ତା ଏବଂ ଶିକ୍ଷକଶିକ୍ଷୟିତ୍ରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ ।