ଓପି ଜିନ୍ଦଲ ସ୍କୁଲ ପକ୍ଷରୁ ଉକôଳ ଦିବସ ପାଳିତ

 ଅନୁଗୁଳ:  ଓପି ଜିନ୍ଦଲ ସ୍କୁଲ ପରିସରରେ ବେଶ ଉସôାହର ସହ ଉକôଳ ଦିବସ ପାଳିତ ହୋଇଛି । ଏହି ଅବସରରେ ସାମୁହିକ ଭାବେ ବନେ୍ଦ ଉକôଳ ଜନନୀ ସଙ୍ଗୀତ ଗାନ କରିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ଉକôଳ ଦିବସ ପାଳନ ଅବସରରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ଅଧ୍ୟକ୍ଷ ଏବଂ ହରିୟାଣା, କୁରୁକ୍ଷେତ୍ରର ଲୋକସଭା ସାଂସଦ ନବୀନ ଜିନ୍ଦଲ ସୋସିଆଲ ମିଡିଆ ମାଧ୍ୟମରେ ପ୍ରତ୍ୟେକ ଓଡିଆଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ଗଠନକୁ ସ୍ମରଣ କରି ଉକôଳ ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ସ୍କୁଲରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ପ୍ରେରଣାଦାୟକ ଭାଷଣ ପ୍ରଦାନ କରିବାସହ ଶିକ୍ଷକମାନଙ୍କ ଦ୍ୱାରା ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ଭଳି ଅଭିଭାଷଣ ପ୍ରଦାନ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଡକ୍ଟର  ଅଶ୍ୱିନୀ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ଏକତାକୁ ବଜାୟ ରଖିବା ସହିତ ଓଡ଼ିଆ ସଂସ୍କୃତିକୁ ଆଦର ଓ ପ୍ରଚାର କରିବାକୁ ଉସôାହିତ କରିଥିଲେ । ଏହି ଅବସରରେ ନାଲକୋନଗର ଡିପିଏସ୍ ସ୍କୁଲର ଶ୍ରୀମତୀ ଇନ୍ଦିରା ଚାଟର୍ଜୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ  ଓଡ଼ିଆ ପ୍ରବନ୍ଧ ଲିଖନ ଓ  ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉସôବକୁ ବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ସଂଯୋଜନା କରିଥିଲେ । ପରିଶେଷରେ ଅଖିଳ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ  ।