ହିଙ୍ଗୁଳା ଲୋକ ମହୋତ୍ସବ: ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ଶିବ ତାଣ୍ଡବ

ସାଉଥବଲଣ୍ଡା : ତାଳଚେର ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠରେ ଚାଲିଥିବା ମା’ଙ୍କ ଯାତ୍ରାର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦାନ କରି ପ୍ରଦୀପ ପ୍ରଜ୍ଜଳନପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡର ସଦସ୍ୟ ମୂରଲୀଧର ସାହୁ,ସନ୍ତୋଷ ପ୍ରଧାନ,ସଞ୍ଜୟ ସାହୁ ଓ ଗଗନ ବିହାରୀ ସାହୁ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଜାତୀୟ ସ୍ତରର ନୃତ୍ୟ ଅନୁଷ୍ଟାନ ମଧ୍ୟପ୍ରଦେଶର ‘ଲକ୍ଷ୍ୟା ମଣିପୁରୀ’ ଗ୍ରୁପର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ଓମ୍ ସାଇ କଳାନିକେତନର କଳାକାରମାନଙ୍କ ଦ୍ୱାରା ଦଶ ଅବତାର,ନୃତ୍ୟ ନିଳୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ମହାରାଷ୍ଟ୍ରର ଲୋକ ନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା । ନୃତ୍ୟ ସଙ୍ଗୀତ ଭାରତୀ କଳା ଅନୁଷ୍ଠାନର କଳାକାରମାନେ ଶିବ ତାଣ୍ଡବ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ନିକ୍ୱଣ ଡ୍ୟାନ୍ସ ଗ୍ରୁପର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ଓ ଶୋଭନା ମିଶ୍ର ପରିଚାଳନା କରିଥିଲେ । ସମସ୍ତ କଳାକାରମାନଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।