ଓବିସି ସଂରକ୍ଷଣ ଦାବି ଜୋର
ସମ୍ବଲପୁର: ସ୍ଥାନୀୟ ସାମ୍ବାଦିକ ଭବନରେ ଓବିସି ଯୁବ ଛାତ୍ର ଜାଗରଣ ମଞ୍ଚ ପକ୍ଷରୁ ରାଜ୍ୟରେ ସମ୍ପୂର୍ଣ୍ଣ ଓବିସି ସଂରକ୍ଷଣ ଦାବି ନିମନ୍ତେ ଆଗାମୀ ଦିନରେ ଏକ ବିଶାଳ ଜନସମାଗମ ହେବ ବୋଲି ସୂଚନା ଦିଆଯାଇଛି । ମହେଶ ସାଏତାଙ୍କ ଆବାହକତ୍ୱରେ ସାମ୍ବାଦିକସମ୍ମିଳନୀରେ ରାଜ୍ୟରେ ଚାକିରି କ୍ଷେତ୍ରରେ ୧୧ ପ୍ରତିଶତ ସଂରକ୍ଷଣକୁ ୨୭ପ୍ରତିଶତକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରବେଶିକା ପରୀକ୍ଷା ତଥା ନାମଲେଖାରେ ମଧ୍ୟ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଏଥିନେଇ ଆଗମୀ ଦିନରେ ସମ୍ବଲପୁର ସହରରେ ଏକ ବିଶାଳ ଜନସମାଗମ ତଥା ରାଲିର ଆହ୍ୱାନ ପାଇଁ ଏହି ସାମ୍ବାଦିକସମ୍ମିଳନୀ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟରେ ଏହି ବ୍ୟବସ୍ଥା ନଥିବାରୁ ଓବିସି ବର୍ଗର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ଯୁବ ଆଇନଜୀବୀ ଜ୍ଞାନଦତ୍ତ ଚୌହାନ ଯୁକ୍ତି ବାଢ଼ିଥିଲେ । ବିଶେଷ କରି ଓବିସି ବର୍ଗର ଛାତ୍ର ଓ ଯୁବକମାନଙ୍କ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ପ୍ରତି ରାଜନୈତିକ ସଚେତନତାର ଘୋର ଅଭାବ ଅଛି ବୋଲି ଯୁବ ନେତା ଶ୍ରୀନିବାସ ଖମାରୀ କହିଥିଲେ । ଏହାସହ ସାରା ରାଜ୍ୟରେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ଓ ବିଶେଷ କରି ଯୁବ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାମାଜିକ ଆନେ୍ଦାଳନର ରୂପନେବ ବୋଲି ଏହି ପପୁନ ସାହୁ, ଅନିଲ ଯାଦବ ଓ ସ୍ୱପ୍ନିଳ କହିଥିଲେ ।