ଓଭରବ୍ରିଜ ନିର୍ମାଣ ଦାବି

 ବେତନଟୀ : ଜାତୀୟ ରାଜପଥ ୧୮ନଂ ରୁ ବେତନଟୀଠାରୁ ବଡସାହି ଯିବା ରାସ୍ତାରେ କଙ୍କା କାଳିଆ ଛକରେ ଅବସ୍ଥିତ ୧୬ନଂ ରେଲୱେ ଫାଟକ ରେଳଗାଡି ଚଳା ଚଳରେ ଉଭୟ ପଟୁ ଭିଡ ହୁଏ । ସେଠାରେ ବ୍ୟବସାୟିକ କେନ୍ଦ୍ରସ୍ଥଳ ଓ କ୍ରମବର୍ଦ୍ଧିଷ୍ଣୁ ବେତନଟୀ ଅଞ୍ଚଳର ଜନସାଧାରଣଙ୍କ ଗମନାଗମନ ସହ ଆପାତକାଳୀନ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଏବଂ ଦମକଳ ଗାଡି ବି ଅଧଘଣ୍ଟା ଅଟକୁଛନ୍ତି । ଯଦିବା ଗଳାପୋଲଟିଏ ନିର୍ମାଣାଧିନ କିନ୍ତୁ ତା ମଧ୍ୟ ଦେଇ ପାଦ ଚଲା, ସାଇକେଲ, ବାଇକ୍ ଓ ଏକ ସମୟରେ ଗୋଟିଏ କାର ହିଁ ଯିବା ସମ୍ଭବ । ଏହି ଗଳା ପୋଲ ପୁଣି ମୁଖ୍ୟ ରାସ୍ତାଠାରୁ ଅଧ କିଲୋମିଟର ଦୂରରେ  । ଆଗକୁ ରୁପ୍ସା ଠାରୁ ଚାକୁଳିଆ ପର୍ଯ୍ୟନ୍ତ ଡବଲ ଲାଇନ୍ ନିର୍ମାଣର ସାମାନ୍ୟ କାର୍ଯ୍ୟ ଆରମ୍ଭ ହେଲାଣି, ଯାହାକି ଟାଟା ନଗର ସହ ସଂଯୁକ୍ତ ହେବ । ପୁଣି ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ପର୍ଯ୍ୟନ୍ତ ଏହି ରେଳରାସ୍ତା ସଂପ୍ରସାରଣ ହେବାକୁ ଯାଉଛି । ଏଣୁ ଆଗାମୀ ଦିନରେ ଏହି ରାସ୍ତାରେ ପ୍ରବଳ ଭିଡ ଅବଶ୍ୟମ୍ଭ । ତେଣୁ ଏଠାର ଅବିଳମ୍ବେ ଏକ ଉଡନ୍ତା ପୋଲ ଏବେଠାରୁ ନିର୍ମାଣ ଆରମ୍ଭ କଲେ ଯାଇ ଆଗାମୀ ଦିନରେ ସମସ୍ୟା ଅନେକଟା ଦୂର ହୋଇ ପାରିବାର ଆଶାରଖି ସିଭିଲ ସୋସାଇଟି, ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି ରେଳମନ୍ତ୍ରୀ ଅଶ୍ୱିନୀବୈଷ୍ଣବ ଓ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରିଛନ୍ତି ।