ଓଭର ବ୍ରିଜରେ ଲଟକିଲା ଟ୍ରକ
ପାଣିକୋଇଲି : ଏହି ଥାନା ଅନ୍ତର୍ଗତ୧୬ନମ୍ବର ଜାୀୟ ରାଜପଥର ସିଙ୍ଗଡ଼ା ଓଭରବ୍ରିଜ ଉପରେ ଏକ ଟ୍ରକ ଭାରସାମ୍ୟ ହରାଇ ତଳକୁ ଲଟକିଥିଲା । ତେବେ ଚାଳକ ଓ ଖଲାସୀ ସୁରକ୍ଷିତ ଥିବା ଜଣାପଡ଼ିଛି । ପ୍ରକାଶଯେ ଆନ୍ଧ୍ରପ୍ରଦେଶରୁ କୋଲକତା ଅଭିମୁଖେ ଯାଉଥିବା ଏକ ଟ୍ରକ ରବିବାର ପୂର୍ବାହ୍ନରେ କୈାଣସି କାରଣରୁ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ପୋଲବାଡ଼ା ଉପରକୁ ଚଢି ତଳକୁ ଝୁଲି ରହିଥିଲା । ଏକ ବଡ଼ ଧରଣର ଦୁର୍ଘଟଣାରୁ ବଂଚିଯାଇଥିବା ବେଳେ ଚାଳକ ଓ ଖଲାସୀ ସୁରକ୍ଷିତ ଥିବା ଜଣାପଡ଼ିଛି ।