ଚୋରକୁ ଧରି ନିର୍ଧୁମ ଛେଚିଲେ
ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ଡାହିବାଡ଼ି ସାପ୍ତାହିକ ହାଟରେ ଜଣେ ଯୁବକ ମୋବାଇଲ ଲୁଟ୍ କରୁଥିବାବେଳେ ଧରାପଡ଼ି ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଖବରରୁ ପ୍ରକାଶ ଯେ, ସନ୍ଧ୍ୟା ସମୟରେ ହାଟରେ ପ୍ରବଳ ଜନଗହଳିର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ଜଣେ ଗ୍ରାହକଙ୍କ ପକେଟରୁ ମୋବାଇଲ ଝାମ୍ପି ନେଇ ଦୌଡ଼ି ପଳାଉଥିବାବେଳେ ଲୋକମାନେ ତାକୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କ କବଳରୁ ଅଭିଯୁକ୍ତଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ଅଭିଯୁକ୍ତ ଜଣକ ଯାଜପୁରର ହୋଇଥିବା ବେଳେ ତାଙ୍କ ନାମ ବିକ୍ରମ ପ୍ରଧାନ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।