ଓଲଟିଲା ଅଳିଆ ବୋଝେଇ ଗାଡ଼ି
କଟକ : ଏକ ଅଳିଆ ବୋଝେଇ ଟ୍ରକ ଗୁରୁବାର ସକାଳେ ସ୍ଥାନୀୟ ଲିଙ୍କରୋଡ଼ରେ ଓଲଟି ପଡ଼ିଛି । ଅଳିଆ ବୋଝେଇ ଟ୍ରକ ଓଲଟି ପଡ଼ିବା ଫଳରେ ରାସ୍ତାରେ ଅଳିଆ ବିଛେଇ ହୋଇ ପଡ଼ିଥିଲା । ସୂଚନା ମୁତାବକ ଅଳିଆ ବୋଝେଇ ଟ୍ରକଟି ଭୁବନେଶ୍ୱର ଆଡ଼ୁ ଆସୁଥିଲା । ଟ୍ରକଟି ଲିଙ୍କରୋଡ଼ ପାର ହେଉଥିବା ସମୟରେ ଜଣେ ବାଇକ ଆରୋହୀ ହଠାତ ଅଳିଆ ବୋଝେଇ ଟ୍ରକ ସାମ୍ନାକୁ ଚାଲି ଆସିଥିଲେ । ଫଳରେ ଟ୍ରକ ଡ୍ରାଇଭର ବାଇକ ଆରୋହୀଙ୍କୁ ବଂଚାଇବା ପାଇଁ ହଠାତ ଗାଡ଼ିରେ ବ୍ରେକ ଦେଇଥିଲେ । ଫଳରେ ଗାଡ଼ିଟି ଘଟଣା ସ୍ଥଳରେ ଓଲଟି ପଡ଼ିଥିଲା ଓ ରାସ୍ତାରେ ଅଳିଆ ବିଛେଇ ହୋଇ ପଡ଼ିଥିଲା । ଖବର ପାଇ ଅଗ୍ନଶମବାହିନୀ ଘଟଣା ସ୍ଥଳରେ ପହଞ୍ଚିି ରାସ୍ତା ସଫା ସଫି କରିବାରେ ସାହାଯ୍ୟ କରିଥିଲେ । ଏହି ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।