ମରଣାନ୍ତକ ଆକ୍ରମଣ, ଜଣେ ଗୁରୁତର
ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ କୋସ୍କା ପଞ୍ଚାୟତର ଅଁଳାପଟା ଗ୍ରାମରେ ମରଣାନ୍ତକ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଗ୍ରାମର ରାଜା ନାଏକକୁ ସେହି ଗ୍ରାମର ବୁଲୁ ମୁଦୁଲି ପୂର୍ବ ଶତୃତାକୁ କେନ୍ଦ୍ର କରି ଏକ ଠେଙ୍ଗା ଓ ଟାଙ୍ଗିଆ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ରାଜାଙ୍କର ମୁଣ୍ଡରେ ଗଭିର କ୍ଷତ ସୃଷ୍ଟି ହୋଇଥିବା ବେଳେ ଗୋଡରେ ଆଘାତ ଲାଗିଛି । ଘଟଣା ସଂପର୍କରେ ରାଜାଙ୍କ ପନôୀ କୁନି ନାଏକ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ମରଣାନ୍ତକ ଆକ୍ରମଣ ଘଟଣା ପରେ ଆକ୍ରମଣକାରୀ ଗାଁ ଛାଡି ଅନ୍ୟତ୍ର ଫେରାର ହୋଇ ଯାଇଥିବା ଜଣାପଡିଛି ।