ଓଡ଼ିଆ ଅସ୍ମିତାକୁ ଜିଲ୍ଲା ପ୍ରଶାସନର କୁଠାରଘାତ
ଯାଜପୁର ସଦର : ଜିଲ୍ଲା ସଂସ୍କୃତି ପରିଷଦ ଓ ସାହିତ୍ୟ ଅନୁଷ୍ଠାନ ସ୍ୱର ଓ ସ୍ୱାକ୍ଷର ମିଳିତ ଅଭିଯାନରେ ଜୟଦେବ ଜୟନ୍ତୀ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜନ ହୋଇଥିଲା । ଏଥିନେଇ ସାହିତକ, ରାଜନୈତିକ, ସମାଜସେବୀ, କବି ଓ କବୟିତ୍ରୀ ଏବଂ ଜିଲ୍ଲା ପ୍ରଶାସନ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ବିଡ଼ମ୍ବନା ବିଶ୍ୱ ଦରବାରରେ ଭକ୍ତ କବି ଜୟଦେବଙ୍କର ପ୍ରସିଦ୍ଧ ଓ ତାଙ୍କ ରଚିତ କାବ୍ୟ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଥିବା ବେଳେ ଓଡିଶାର ବରପୁତ୍ର ଏବଂ ଓଡ଼ିଶାର ଅସ୍ମିତାକୁ ଜିଲା ପ୍ରଶାସନ ପକ୍ଷରୁ କୁଠାରାଘାତ କରାଯାଇଛି । ଯାଜପୁର ଜିଲାର ଜିଲାପାଳ ଏବଂ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥି ରୂପେ ଆସନ ମଣ୍ଡନ କରିବା ପାଇଁ ସ୍ୱୀକୃତି ଦେଇଥିଲେ । ହେଲେ ଦୁଃଖର ବିଷୟ ଉକ୍ତ କାର୍ଯ୍ୟକ୍ରମରେ କିନ୍ତୁ ଉଭୟ ଯୋଗ ଦେଇନଥିଲେ । ଏଠାରେ ପ୍ରଶ୍ନ ଉଠେ ଓଡ଼ିଶା ଅସ୍ମିତା ଉପରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଅତିଥି ନ ଆସିବା କେତେ ଠିକ୍? ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଉପରେ ଜୋର୍ ଦେଉଥିବା ବେଳେ ଜିଲା ପ୍ରଶାସନ ଜୟଦେବ ଜୟନ୍ତୀକୁ ଏଡ଼େଇଯିବା ଘଟଣାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ଭବିଷ୍ୟତରେ ଯେଭଳି ଏହାର ପୁନରାବୃତି ନହୁଏ, ସେଥିପ୍ରତି ସଚେତନ ରହିବାକୁ ସଚେତନ ନାଗରିକଙ୍କ ପକ୍ଷରୁ ଦାବି କରାଯାଇଛି ।