ଓଡ଼ିଶା ଦିବସ ପାଳିତ

 ସମ୍ବଲପୁର:  ସମ୍ବଲପୁର ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ସମାରୋହ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ  ପାଳିତ ହୋଇଯାଇଛି  । ଏଥିରେ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ, ବେଦଭୂଷଣ,  ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ  ପ୍ରସନ୍ନ କୁମାର ପାତ୍ର, ଉପନିଦେ୍ର୍ଦଶକ, ଉତ୍ତରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗ କଲ୍ୟାଣୀ ଦାଶ,ସଦର ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି  ଅଭିଭାଷଣରେ କହିଲେ ଯେ, ଆଜିର ଦିନଟି ସଂକଳ୍ପର ଦିବସ । ଉଚ୍ଚ ହେବାପାଇଁ କର ଯେବେ ଆଶା, ଉଚ୍ଚÿ କର ଆଗେ ନିଜ ମାତୃଭାଷା ବାର୍ତ୍ତା ନେଇ  ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଠୀ କରିବାକୁ ହେଲେ, ନିଜର ମାତୃଭାଷାକୁ ସୁରକ୍ଷା ଦେବାକୁ ହେବ ବୋଲି  ଜିଲ୍ଲାପାଳ କହିଥିଲେ ।  ଓଡିଶା ଗଠନକୁ ଶହେ ବର୍ଷ ପୂର୍ତ୍ତି ହେବା ପର୍ଯ୍ୟନ୍ତ ଜାତି, ଧର୍ମ, ବର୍ଣ, ଭାଷାଗତର ବିଭିନ୍ନତାର ଉର୍ଦ୍ଧ୍ୱରେ  ସମ୍ବଲପୁରର ସମନ୍ୱିତ୍ୱ ବିକାଶ ପାଇଁ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ  । ଓଡିଶ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ପକ୍ଷରୁ  ୧୪ ଅପ୍ରେଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ନିମନ୍ତେ ଜିଲ୍ଲାପାଳ ସୂଚନା ଦେଇଥିଲେ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀ ଓ ସାଂସ୍କୃତିକ  କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରଥିବା ଦଳ ହୋଇଥିଲେ  ।