ଓଡ଼ିଶା ରାଜସ୍ୱ ଅମଲା ସଂଘର ବୈଠକ
ବ୍ରହ୍ମପୁର: ଓଡିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ଗଞ୍ଜାମର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଂସ୍କୃତି ଭବନ ବ୍ରହ୍ମପୁର ଠାରେ ଜିଲ୍ଲା ସଭାପତି ପିଏସ ରଜନୀକାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘର ସଭାପତି ତ୍ରିପତି ବାଲାଜି ସାହୁ ଏବଂ ସମ୍ମାନିତ ଅତିଥି ଭାବେ ପ୍ରସନ୍ନ କୁମାର ନାୟକଙ୍କ ସହ ଜିଲ୍ଲା ସଂଘର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରା, ରାମକୃଷ୍ଣ ମହାନ୍ତି, ଭି ଶ୍ରୀନିବାସ, ଯୁଗ୍ମ ସମ୍ପାଦକ ବନଜା ନାୟକ, କୋରାପୁଟ ଜିଲା ସମ୍ପାଦକ ନିତ୍ୟାନନ୍ଦ ଭତରା, ରାୟଗଡା ଜିଲ୍ଲାର ସମ୍ପାଦକ ଅଜୟ କୁମାର ନାହାକ, ସଂଗଠନ ସମ୍ପାଦକ କେ ସୁରେଶ ରେଡି, ସହ ସମ୍ପାଦକ ଧନଞ୍ଜୟ ସାହୁ, ସୁରେଶ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ବୈଠକରେ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାଙ୍କର ପଦବୀ ପୁନର୍ଗଠନରେ ବିଳମ୍ବ ହେଉଥିବା ଏବଂ ପଦୋନ୍ନତିକୁ ସ୍ଥଗିତ ରଖାଯାଇଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଥିଲା । ସଂଘ ପକ୍ଷରୁ ପ୍ରକାଶ ଯେ, ୨୦୨୪ ମସିହା ପ୍ରାରମ୍ଭରେ ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲାମାନଙ୍କୁ ସ୍ୱତନ୍ତ୍ର କ୍ୟାଡର ଭୁକ୍ତ କରାଯାଇଥିଲା । ସେମାନଙ୍କ ନୂତନ ଭାବରେ ପଦବୀ ପୁନର୍ଗଠନ କରାଯିବା ସହିତ ନୂତନ ସେବା ନିୟମାବଳୀ ପ୍ରଣୟନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗ ତରଫରୁ ଏହା ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯିବା ଭଳି ମନେ ହେଉନାହିଁ ବୋଲି ଉପସ୍ଥିତ ଜିଲ୍ଲା ସ୍ତରୀୟ ଅମଲା ମାନେ ବିଷୋଭ ପ୍ରକାଶ କରିଥିଲେ । ଯାହା ଫଳ ସ୍ୱରୂପ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ଅମଲା ମାନେ ଆର୍ଥିକ ଏବଂ ପଦୋନ୍ନତି ଭଳି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ବେଡି ଉପରେ କରୋଡା ମାଡ ଭଳି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପଦବୀ ପୁନର୍ଗଠନକୁ ଆଳ କରି ଜିଲ୍ଳାସ୍ତରୀୟ ଅମଲାଙ୍କ ପଦୋନ୍ନତି ବିନା କାରଣରେ ସ୍ଥଗିତ ରଖାଯାଇଛି । ଏହା ଦ୍ୱାରା ଅନେକ ଜିଲ୍ଲାସ୍ତରୀୟ ଅମଲା ବିନା ପଦୋନ୍ନତିରେ ବାଧ୍ୟ ହୋଇ ଅବସର ଗ୍ରହଣ କରି ଆର୍ଥିକ କ୍ଷତି ସହୁଛନ୍ତି । ରାଜ୍ୟ ସଂଘର ସଭାପତିଙ୍କ ଠାରୁ ପ୍ରକାଶ ଯେ, ରାଜସ୍ୱ ବିଭାଗ ଦ୍ୱାରା ରାଜସ୍ୱ ଅମଲାଙ୍କ ପଦବୀ ପୁନର୍ଗଠନ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟି ସୁଚାରୁରୂପେ ତାର କାର୍ଯ୍ୟ ସମ୍ପାଦନ କରିପାରୁନାହିଁ ଏବଂ ସେଥିପାଇଁ ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ ପକ୍ରିୟା ବିଳମ୍ବ ହେଉଛି । ସେ କହିଥିଲେ ଯେ, ଯଦି ସଙ୍ଘର ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବିଶ୍ୱାସକୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ଗ୍ରହଣ କରନ୍ତା । ତେବେ ପଦବୀ ପୁନର୍ଗଠନର କୌଣସି ପ୍ରକାରର ଅସୁବିଧା ହୋଇନଥାନ୍ତା । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ବିଜ୍ଞପ୍ତି ସଂଖ୍ୟା ୬୯୮, ତା ୬.୧.୨୦୨୪ ରିଖ, ପତ୍ର ସଂଖ୍ୟା ୭୦୮, ତାା ୬.୧.୨୦୨୪ ରିଖ ଏବଂ ସଂଖ୍ୟା ୮୮୯୮, ତା ୧୫.୩.୨୦୨୪ ରିଖ ଅନୁଯାଇ ରାଜସ୍ୱ ଅମଲା ମାନେ କାର୍ଯ୍ୟରତ ନିର୍ଦ୍ଧିଷ୍ଟ ବିଭାଗକୁ ନେଇ ରାଜସ୍ୱ ଅମଲାଙ୍କ ପଦବୀ ପୁନର୍ଗଠନ କରିବା କଥା, ଏହା ହୋଇଥିଲେ ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ କାର୍ଯ୍ୟ ବହୁ ଦିନ ପୂର୍ବରୁ ଶେଷ ହୋଇସାରିଥାନ୍ତା । କିନ୍ତୁ ରାଜସ୍ୱ ବିଭାଗ ଦ୍ୱାରା ପଦବୀ ପୁନର୍ଗଠନ ପାଇଁ ଗଠନ କରାଯାଇଥିବା କମିଟି ଏହାକୁ ଅଣଦେଖା କରି ରାଜସ୍ୱ ଅମଲାମାନେ କାର୍ଯ୍ୟରତ ଅନ୍ୟାନ୍ୟ ବିଭାଗକୁ ପତ୍ର ଲେଖି ସେମାନେ ନିଜସ୍ୱ ପଦବୀ ପୁନର୍ଗଠନ କରିବେ କି ନାହି ବୋଲି ମତାମତ ଲୋଡିଛନ୍ତି । ଏହାଦ୍ୱାରା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଉପୋରକ୍ତ ବିଜ୍ଞପ୍ତି ଗୁଡିକୁ ଅଣଦେଖା କରାଯାଉଥିବା ଭଳି ମନେ ହୁଏ । ଜିଲ୍ଲାସ୍ତରରେ ଅମଲାଙ୍କର କାର୍ଯ୍ୟ ବୃଦ୍ଧି, ଜଣ ସଂଖ୍ୟା ବୃଦ୍ଧି ସହିତ ଜନସାଧାରଣଙ୍କ ଆବଶ୍ୟକତା ଏବଂ ବୃଦ୍ଧି ପାଉଥିବା ରାଜସ୍ୱ ମାମଲା ଗୁଡିକୁ ଦୃଷ୍ଟିରେ ରଖି ରାଜ୍ୟର ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳ ମାନେ ଦେଇଥିବା ପଦବୀ ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରୁନାହାନ୍ତି । ଯ ଦ୍ୱାରା କି ଏହାର ପ୍ରଭାବ ସିଧା ଜଣ ସାଧାରଣଙ୍କ ଉପୟରେ ପଡୁଛି । ରାଜସ୍ୱ ବିଭାଗର ଉପରିସ୍ଥ ଅଧିକାରୀ ମାନଙ୍କୁ ସାକ୍ଷାତ କଲେ ମଧ୍ୟ ପଦବୀ ପୁନର୍ଗଠନ ଏବଂ ପଦୋନ୍ନତି ସ୍ଥଗିତ ହେବା ଉପରେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହି । ସବୁକିଛି ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ଭଳି ମାନେ ହେଉଛି । ରାଜ୍ୟ ସରକାର ଜିଲ ସ୍ତରୀୟ ଅମଲାଙ୍କ ମୁଖ୍ୟ ଦାବି ଦରମା ବୃଦ୍ଧି, ପଦବୀ ସୃଷ୍ଟି ଏବଂ ପୁନର୍ଗଠନ, ସ୍ୱାସ୍ଥ୍ୟ ବୀମା ଲାଗୁ କରିବା ଏବଂ ପୁରୁଣା ପେନସନ ଯୋଜନାକୁ ଗୁରୁତ୍ୱର ସହ ଯଦି ଗ୍ରହଣ ନ କରନ୍ତି ତାହେଲେ ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲାଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସଂଘ ଆଗାମୀ ଦିନରେ ଆନେ୍ଦାଳାତ୍ମକ ପନ୍ଥା ଗ୍ରହଣ କଲେ ଜିଲ୍ଲା ଶାଖା ଗଞ୍ଜାମ, ଏହାକୁ ପୂର୍ଣ ସହଯୋଗ କରିବ ବୋଲି ବୈଠକରେ ନିଷ୍ପତି ହୋଇଛି । ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକ ତ୍ର ପ୍ରଦାନ କରାଯିବା ପାଇଁ ଜିଲ୍ଲା ଶାଖା ଗଞ୍ଜାମ ରାଜ୍ୟ ସଂଘକୁ ଅନୁରୋଧ କରିଥିଲେ । ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ତହସିଲ, ବ୍ଲକ, ଆଇ ସି ଡି ଏସ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ଜିଲ୍ଲା କାର୍ଯ୍ୟାଳୟର ଅମଲା ପ୍ରମୁଖ ଉପସ୍ଥିତ ଥିଲେ ।