ବିଲ ପାସ ବିଳମ୍ବ ହେବାରୁ ଧାରଣା

ବାଲିଅନ୍ତା  : ପ୍ରକଳ୍ପ ବିଲ ପାସ କରିବାରେ ବିଳମ୍ବ ଯୋଗୁଁ ଆଜି ବାଲିଅନ୍ତା ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ସତ୍ୟଭାମାପୁର ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ସନତ କୁମାର ସ୍ୱାଇଁ । ୨୦୨୧/୨୨ଆର୍ଥିକ ବର୍ଷରେ ସେ ଉକ୍ତ ପଞ୍ଚାୟତରେ ସମିତିସଭ୍ୟ ଥିବା ବେଳେ ଇନ୍ଦ୍ରପାଳ ଗ୍ରାମରେ ଏକ ଯୁବଗୋଷ୍ଠୀକେନ୍ଦ୍ର ନିର୍ମାଣ ନିମନ୍ତେ ପଞ୍ଚମ ରାଜ୍ୟ ଅର୍ଥ କମିଶନ ପକ୍ଷରୁ ୨ ଲକ୍ଷ ୧ ହଜାର ୯ ଶହ ୧୯ ଟଙ୍କା ଅନୁମୋଦନ ହୋଇଥିଲା କ୍ଷ ଏହାର କାର୍ଯ୍ୟାଦେଶ ତକôାଳୀନ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିଲେ ମଧ୍ୟ ଶ୍ରୀ ସ୍ୱାଇଁ କାମ କରିଥିଲେ । ସେତେବେଳେ ଧାର କରଜ କରି କାମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଲ ପାସ ହୋଇନାହିଁ । ଏପରିକି ଉକ୍ତ ପ୍ରକଳ୍ପର ଫାଇଲ ମଧ୍ୟ ହଜାଇଦେଇଥିବା ଅଭିଯୋଗ କରିଛନ୍ତି ଶ୍ରୀ ସ୍ୱାଇଁ । ଫଳରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇଥିଲେ ମଧ୍ୟ ଗତ ୯ ମାସ ଧରି ବ୍ଲକ ଦୌଡ଼ି ଦୌଡ଼ି ନିରାଶ ହେବାପରେ ଏଭଳି ନିଷ୍ପତ୍ତି ବିଲ ପାସ ହୋଇନଥିଲା । ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଏବଂ ବ୍ଲକ ପ୍ରଶାସନଙ୍କ ଅସହଯୋଗ ଯୋଗୁଁ ବିଲ ପାସ ହେବାରେ ବିଳମ୍ବ ହେଉଥିବା କହିଛନ୍ତି ଶ୍ରୀ ସ୍ୱାଇଁ । ଶେଷରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ । ସେ ଆଜି ପ୍ରାୟ ୩ ଘଣ୍ଟା ବ୍ଲକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ବେଳେ ତାଙ୍କୁ ସ୍ଥାନୀୟ କିଛି ଜନପ୍ରତିନିଧି ସମର୍ଥନ ଦେଇଥିଲେ । ପରେ ବ୍ଲକ ଉନ୍ନୟନ ଅଧିକାରୀ ସୁଶ୍ରୀ କସ୍ତୁରୀ ସ୍ୱାଇଁ ଧାରଣାରତ ଶ୍ରୀ ସ୍ୱାଇଁକୁ ବୁଝାସୁଝା କରିବା ସହ ୨ ସପ୍ତାହ ମଧ୍ୟରେ ଏହାର ସମାଧାନ କରିବାପାଇଁ ପ୍ରତିଶୃତି ଦେବାପରେ ଧାରଣାରୁ ନିବୃତ୍ତ ହୋଇଥିଲେ ।