ଔଷଧ ଦୋକାନରେ ଅଗ୍ନିକାଣ୍ଡ      

ବାଲୁଗାଁ : ରବିବାର ରାତ୍ରସମୟରେ ଚିଆଁଙ୍କାସାହି ମୁଖ୍ୟ କେନାଲ ନିକଟରେ ଥିବା ମାମାଲି ଗୁଡୁଲୀ ଔଷଧ ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଔଷଧ ଦୋକାନରେ ଥିବା ସମସ୍ତ ଔଷଧ ଓ ଅନ୍ୟାନ୍ୟ ଜିନିଷ ସବୁ ଜଳି ପାଉଁଶ ହୋଇଯାଇଛି । ଦୋକାନ ମାଲିକ ଶ୍ରୀଧର ପଟ୍ଟନାୟକଙ୍କ କହିବା କଥା ସେ, ରାତି ଦଶଟା ସମୟରେ ହିସାବକିତାବ କରି ସବୁ ଲାଇନ ସୁଇଚ ବନ୍ଦ କରି ଦୋକାନ ତାଲା ପକାଇ ଯିବାପରେ ମଧ୍ୟ ରାତ୍ର ସମୟରେ ଦୋକାନରେ ନିଆଁ ଲାଗିଯାଇଥିବା ସ୍ଥାନୀୟ ଲୋକଙ୍କ ଫୋନ ଯୋଗେ ଜଣାଇଥିଲେ । ସେ ଗଲାବେଳକୁ ଦମକଳ ଆସି ପହଂଚି ଥିଲେ ବି ଦୋକାନଟି ସମ୍ପୂର୍ଣ ଜଳିଯାଇଥିଲା । ଲକ୍ଷାଧିକ ଟଙ୍କାର ଔଷଧ ପୋଡି ଜଳିଯାଇଛି । ସର୍ଟସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।