କଂଗ୍ରେସର "ଘଣ୍ଟ ଧ୍ୱନି' ପ୍ରତିବାଦ ସଭା  

 ଢେଙ୍କାନାଳ : ବିଧାନସଭାରେ ଗଣତନ୍ତ୍ରକୁ ହତ୍ୟା  ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ତରଫରୁ ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଢ଼ଙ୍ଗରେ "ଘଣ୍ଟ ଧ୍ୱନି' କରି ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ଏଥିରେ ପିସିସିର ପୂର୍ବତନ ସମ୍ପାଦିକା ଶିଳ୍ପୀ ଶ୍ରୀ ହରିଚନ୍ଦନ, ବିଧାନସଭା ପ୍ରାର୍ଥୀ ବିପ୍ରବର ସାହୁ, ବରିଷ୍ଠ ନେତା ଡାକ୍ତର ତୁଷାରକାନ୍ତି ନାୟକ, ନିଶାକର ସାହୁ, ଜିତେନ୍ଦ୍ର ସାହୁ, ସରୋଜ ସତପଥୀ, ଫକୀର ବେହେରା, ଉର୍ମିଳା ଦାଶ, ଗୟାରାମ ସେଠୀ, ସର୍ବେଶ୍ୱର ବ୍ରହ୍ମ  ପ୍ରମୁଖ ଯୋଗଦାନ କରି ବିଜେପି ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନମାନ ଦେଇ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟରେ ନାରୀ ମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦେଇ ଏବଂ ସେମାନଙ୍କ ପ୍ରତି ହେଉଥିବା ଅକଥନୀୟ ଅତ୍ୟାଚାର, ବଳାକôାର, ଗଣ ଧର୍ଷଣ ଓ ହତ୍ୟା, କିଶୋରୀ ଗର୍ଭବତୀ ହେବା, ରାଜ୍ୟରୁ ୪୦ ହଜାର ନାରୀ ନିଖୋଜ ହେବା ଘଟଣା ତାର ପ୍ରତିବାଦରେ ଓଡିଶା କଂଗ୍ରେସ ଶାସକ ବିଜେପି ଦଳ ମୋହନ ମାଝୀ ସରକାର ବିରୁଦ୍ଧରେ କଂଗ୍ରେସ ସ୍ୱର ଉଠାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସାରା ରାଜ୍ୟରେ କଂଗ୍ରେସ ବିକ୍ଷୋଭ ସମାବେଶର ଆୟୋଜନ କରିବା ସହିତ ବିଧାନସଭାରେ ସର୍ବଦଳୀୟ ଗୃହ କମିଟି ଗଠନ କରି ସମସ୍ୟାର ସମାଧାନ କରିବା ନିମନ୍ତେ ଦାବି ଉପସ୍ଥାପନ କରିଛି । ୧୨ ଜଣ ବିଧାୟକଙ୍କୁ ଗୃହରୁ ୭ଦିନ ନିଲମ୍ବନ କରିବା ଗଣତନ୍ତ୍ର ପ୍ରତି କୁଠାରାଘାତ ବୋଲି କହିବା ସହ ଏକଛତ୍ରବାଦ ଶାସନକୁ କଂଗ୍ରେସ ସମାଲୋଚନା କରିଛି ।