କଂଗ୍ରେସର ଫୋକସରେ ଆସାମ ଓ କେରଳ

ନୂଆଦିଲ୍ଲୀ: ଗତ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଲଗାତାର ନୈରାଶ୍ୟଜନକ ପ୍ରଦର୍ଶନ ଦଳକୁ ଯେତିକି ନିରୁତ୍ସାହିତ କରିଛି ସେତିକି ଚିନ୍ତାରେ ପକାଇଛି । ତେଣୁ ଆଉ ବିଳମ୍ବ ନ କରି ମିଶନ ୨୦୨୬ ପାଇଁ ଅଣ୍ଟାଭିଡିଛି ଦଳ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଂସଦ ରାହୁଲ ଗାନ୍ଧୀଙ୍କ ମିଳିତ ଅଧ୍ୟକ୍ଷତାରେ ଗୁରୁବାର ବସିଛି ରୁଦ୍ଧଦ୍ବାରା ବୈଠକ । ଯଦି ନଜର ପକାଇବା ଗତ ଦଶନ୍ଧି ଉପରେ ତେବେ..
କଂଗ୍ରେସର ଫୋକସରେ ଆସାମ ଓ କେରଳ
-ଉଭୟ କେରଳ ଓ ଆସାମରେ ୧୦ବର୍ଷ ହେବ ଶାସନରେ ନାହିଁ କଂଗ୍ରେସ
-ଆସାମକୁ ବିଜେପି କବଜା କରିଛି ଓ କେରଳରେ ଲେଫ୍ଟ ପାର୍ଟିର ସରକାର
-ଲୋକସଭା ନିର୍ବାଚନରେ ୯୯ ଆସନ ଜିତିବା ପରେ ଦଳର ମନୋବଳ ବଢ଼ିଥିଲା
-ମାତ୍ର ହରିୟାଣା,ମହାରାଷ୍ଟ୍ର, ଦିଲ୍ଲୀ ନିର୍ବାଚନରେ ଶୋଚନୀୟ ପରାଜୟ ନିରାଶ କରିଛି

 ଯଦି ନଜର ପକାଇବା ଆସାମ ପାଇଁ କଂଗ୍ରେସର ରଣନୀତି ଉପରେ ତେବେ…
କଂଗ୍ରେସର ‘ଆସାମ’ ରଣନୀତି
-କଂଗ୍ରେସ ଜନତାଙ୍କ ପାଖକୁ ଯାଇ ସମସ୍ୟା ବୁଝିବ ଓ ତାକୁ ଜାତୀୟ ସ୍ତରରେ ବଡ଼ ପ୍ରସଙ୍ଗ କରିବ
-ଚା’ ଚାଷୀଙ୍କ ସମସ୍ୟା, ବେକାରୀ ସମସ୍ୟା, ବିଗୁଡୁଥିବା ଆଇନ ଶୃଂଖଳାକୁ ପ୍ରସଙ୍ଗ କରିବ
-୪୦% ପ୍ରତିଶତ ଭୋଟ ଚା’ବ୍ୟବସାୟୀଙ୍କଠୁ ମିଳେ, ତେଣୁ ଏମାନେ ଫୋକସରେ ରଖିଛି
-କଂଗ୍ରେସର ଫୋକସରେ ଆଦିବାସୀ ଭୋଟର ମଧ୍ୟ ରହିଛି
-ଆଞ୍ଚଳିକ ଦଳମାନଙ୍କ ସହ ଏକାଠି ମିଶି ନିର୍ବାଚନ ଲଢ଼ିପାରେ
-ବିଶ୍ବସ୍ତ ଭୁପେନ ବୋରାଙ୍କ ସ୍ଥାନରେ ଗୌରବ ଗୋଗାଇଙ୍କୁ ବଡ ଦାୟିତ୍ବ ଦେଇପାରେ ଦଳ 

ଏବେ ନଜର ପକାଇବା କଂଗ୍ରେସର କେରଳ ରଣନୀତି ଉପରେ ।

ପ୍ରାୟ ୧୦ବର୍ଷ ହେବ ଦଳ ଏଠାରେ ଶାସନରେ ନାହିଁ ।୨୦୨୧ରେ ସବୁ କସରତ ପରେ ବି ବାଜି ମାରିଛି ଲେପ୍ଟ ପାର୍ଟି । ତେଣୁ କେରଳର ଶାସନ କ୍ଷମତା ହାତକୁ ନେବାକୁ ଦଳ କଳେବଳେ କୌଶଳେ ଉଦ୍ୟମ କରିବ ।
କଂଗ୍ରେସର ‘କେରଳ’ ରଣନୀତି
-କେରଳ ନିର୍ବାଚନ କଂଗ୍ରେସ ଓ ଗାନ୍ଧୀ ପରିବାର ପାଇଁ ସମ୍ମାନର କଥା
-ଦୁଇ ଦୁଇଥର ୱାୟନାଡ ସାଂସଦ ଥିଲେ ରାହୁଲ ଓ ଏବେ ପ୍ରିୟଙ୍କା ଅଛନ୍ତି
-କଂଗ୍ରେସ ପାଇଁ ଚିନ୍ତା ବଢ଼ାଇଛି ଦଳର ଦୁଇଟି ଗୋଷ୍ଠୀ 
-କେସି ବେଣୁଗୋପାଳ ଓ ରମେଶ ଚିନ୍ନିଥଲାଙ୍କ ଗୋଷ୍ଠୀ ବିବାଦ ଚାଲିଛି
-ସେପଟେ ଶଶୀ ଥରୁରୁଙ୍କ ଦଳ ବିରୋଧୀ ବୟାନ ମଧ୍ୟ ଚିନ୍ତା ବଢ଼ାଇଛି
-କୌଣସି ପରିସ୍ଥିତିରେ ଗୋଷ୍ଠୀ ବିବାଦ ହଟାଇବାକୁ ଚେଷ୍ଟା କରୁଛି ଦଳ
 ଏବେ ଦେଖିବାକୁ ବାକି ରହିଲା ଉଭୟ ରାଜ୍ୟପାଇଁ ଦଳର କି ପ୍ରକାର ରଣନୀତି ପ୍ରସ୍ତୁତ କରୁଛି? କାହାକୁ ନିର୍ବାଚନୀ ଚେହେରା କରିବ?କେମିତି ଏକୁଟିଆ ନୁହେଁ ସମସ୍ତଙ୍କୁ ଏକାଠି ନେଇ ଦଳ ନିର୍ବାଚନ ଲଢ଼ିବ ।