କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ବୈଠକ

 ନାଉଗାଁ:  ନାଉଗାଁ ବ୍ଲକରେ ଜିଲ୍ଲା କଂଗ୍ରେସ ସଭାପତି ଚୟନକୁ ନେଇ ଏଆଇସିସି ପକ୍ଷରୁ ସଂଗଠନ ସୃଜନ ବୈଠକ ଏବଂ ମତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ତିହୁଡାସ୍ଥିତ ମା ଜାଗୁଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ କଂଗ୍ରେସ ସଂଯୋଜକ ବିଚିତ୍ରା ନନ୍ଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷକ ଏମ. ଲିଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ବ୍ଲକ ସ୍ତରୀୟ କଂଗ୍ରେସ କମିଟିକୁ ନେଇ ସଂଗଠନ ଅଭିଯାନ ପ୍ରସ୍ତୁତି କରାଗଲା । ଏଥିରେ ରାଜ୍ୟ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକମାନେ, ଜିଲ୍ଲା ସଂଯୋଜକ ନଟବର ବାରିକ, ଦେବପ୍ରସାଦ ନାୟକ, ବିପ୍ଳବ ଚୌଧୁରୀ, ନଳିନ ସ୍ୱାଇଁ, ରାଜକିଶୋର ବାରିକ ସହିତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ନାଉଗାଁ ବ୍ଲକରୁ ୩୦୦ରୁ ଅଧିକ କର୍ମୀ ଯୋଗଦେଇଥିଲେ । ପ୍ରହ୍ଲାଦ ବିଶ୍ୱାଳ, ବିଜୟ ବେହେରା, ପ୍ରଶାନ୍ତ ଦଳାଇ, ସୁବ୍ରତ ରାୟ, ଆର୍ତତ୍ରାଣ ଦାସ, ବିଭୂପ୍ରସାଦ ନାୟକ, ଅଲିଭା ସ୍ୱାଇଁ, ଅଶୋକ ସ୍ୱାଇଁ, ସୁଶ୍ରୀ ଶ୍ରାବଣୀ ରାୟ, ଅକ୍ଷୟ ଜେନା, ସୌମ୍ୟସଞ୍ଜୀବ ଦାସ, ଅରୁଣାରାଣୀ ମଲ୍ଲିକ, ଲିଙ୍ଗରାଜ ରାଉତ, ମନୋଜ ଦାଶ, ପ୍ରିତମ ପରିଜା, ତରୁଣ ନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସଭାରେ ସକ୍ରିୟ ଭାବରେ ଯୋଗ ଦେଇଥିଲେ ।