ବୁଡିଲା ମା' ଓ ପୁଅକୁ ଖୋଜିବାକୁ ଯାଇଥିବା ଡଙ୍ଗା

 ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ନିଷିଦ୍ଧାଞ୍ଚଳକୁ କଙ୍କଡା ଧରିବାକୁ ୫ଦିନ ପୂର୍ବେ ଯାଇଥିବା ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଦେବେନ୍ଦ୍ରନାରାୟଣପୁର(ଗର୍ତଗଣ୍ଡିଆ) ଗ୍ରାମର ଦିଲ୍ଲ୍ୀପ ମିର୍ଦ୍ଧାଙ୍କ ସ୍ତ୍ରୀ ଅନା ମିର୍ଦ୍ଧା(୪୫) ଓ ପୁଅ ରତିନ୍ଦ୍ର ମିର୍ଦ୍ଧା(୨୨) ଘରକୁ ଫେରିନଥିଲେ । ପରିବାର ଗାଁ ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି କରି ନପାଇବା ପରେ ରବିବାର ମଧ୍ୟାହ୍ନରେ ବନବିଭାଗକୁ ଜଣାଇଥିଲେ । ବନବିଭାଗ ଖୋଜାଖୋଜି କରିବା ପରେ ସେମାନଙ୍କୁ ନପାଇବାରୁ ରାତିରେ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ସୋମବାର ଦିନ ବନବିଭାଗ ପକ୍ଷରୁ ୧୦ଟି ଦଳ ସହ ସ୍ଥାନୀୟ ଗ୍ରାମର ଲୋକମାନେ ବୋଟ ଓ ଡଙ୍ଗାରେ ଖୋଜାଖୋଜି କରିଥିଲେ । ବଗପାଟିଆ(ଗୋଜ) ଫରେଷ୍ଟ ବିଟ୍ ନିକଟ ନାଳରେ ଅନ୍ଧାରରେ ବୋଟ ଫେରୁଥିବା ବେଳେ ବନ୍ଧା ଯାଇଥିବା ଡଙ୍ଗାଟି ଗଛରେ ବାଜି ପାଣି ପଶି ଯାଇଥିଲା । ସେଥିରେ ଥିବା କର୍ମଚାରୀ ଓ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ । କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।