କପିଳ ଯୋରୀ ଖନନ ସହ ଦଳ ସଫେଇ ଦାବି

 ପାରାଦୀପ : ପାରାଦୀପ ବନ୍ଦର ଅଞ୍ଚଚଳରେ ବସବାସ କରିଆସୁଥିବା ଅନ୍ତେବାସୀଙ୍କ ପାଇଁ ମୁଖ୍ୟ ଜଳ ନିଷ୍କାସନ ପଥ ବଡ଼ପଡ଼ିଆ ଠାରୁ ଆରମ୍ଭ କରି କାଉଡ଼ିଆ ନଦୀ ପର୍ଯ୍ୟନ୍ତ ଲମ୍ବିଥିବା ଅଞ୍ଚଳକୁ  କପିଳ ଯୋରୀ  କୁହାଯାଏ । ବନ୍ଦର ପ୍ରଶାସନ ପକ୍ଷରୁ  ଗତ ୨୦୦୧ ମସିହାରେ  ଡ୍ରୋଜରରେ ଉକ୍ତ ଯୋରୀ ଖନନ  କରାଯିବା ସହିତ ପଙ୍କ ଉଦ୍ଧାର ଓ ଦଳ ସଫେଇ ହେବା ପର ଠାରୁ ଅଦ୍ୟାବଧି ୨୫ ବର୍ଷ ଭିତରେ କପିଳ ଯୋରୀ  ଆଉ ଖନନ କି ପଙ୍କ ଉଦ୍ଧାର ଓ ଦଳ ସଫେଇ ହୋଇ ନାହିଁ  । ଫଳରେ  କପିଳ ଜୋରିକୁ ବର୍ଷ ବର୍ଷ ଧରି କଟକି ଦଳ ସମ୍ପୂର୍ଣ୍ଣ କବଳିତ କରି ରଖିଛି । ସେହିଭଳି  ଲମ୍ବା ସମୟ ଧରି ପଙ୍କ ଉଦ୍ଧାର ନ ହେବା ଯୋଗୁ  ଉକ୍ତ ଯୋରୀର ଜଳ ଧାରଣା କ୍ଷମତା ହ୍ରାସ ପାଇବାରେ ଲାଗିଛି । ଯଦ୍ୱାରା ସହର, କଲୋନୀ ବିଭିନ୍ନ ବସ୍ତିର ଜଳ ନିଷ୍କାସନରେ ଯେ ଖାଲି ବ୍ୟାଘାତ ସୃଷ୍ଟି କରୁଛି, ତାହା ନୁହେଁ  ବରଂ ସାମାନ୍ୟ ବର୍ଷାରେ ଘରେ ପାଣି ପଶି ଯାଉଛି । ପୋକ, ଜୋକ ଏପରିକି ସରୀସୃପ ମଧ୍ୟ ଘରେ ପଶୁଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଦଳ ଓ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଉକ୍ତ ଯୋରର ପୂତି ଗନ୍ଧମୟ ପରିବେଶ ପ୍ରଦୂଷଣର କାରଣ ପାଲଟିଛି । ଜନ ସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ପ୍ରଶାସନ ବନ୍ଦରର ମୁଖ୍ୟ ଜଳ ନିଷ୍କାସନ ପଥ କପିଳ ଯୋରିକୁ ଡ୍ରେଜର ସାହାଯ୍ୟରେ ଖନନ ସମେତ ପଙ୍କ ଉଦ୍ଧାର ଓ ଦଳ ସଫେଇ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ ନିଦେ୍ର୍ଦଶ ଦେବାକୁ ପରିବେଶ ସୁରକ୍ଷା ଟ୍ରଷ୍ଟ ସମ୍ପାଦକ ଶିବ ଚରଣ ବିଶ୍ୱାଳ ଦୃଷ୍ଟି ଆକର୍ଷଣ କରିଛନ୍ତି ।