କରାଟେ ବେଲ୍ଟ ଟେଷ୍ଟ, ୨୨ ଉତ୍ତୀର୍ଣ୍ଣ
ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଶ ଡ୍ୟାନ୍ସ ଏକାଡେମୀ ଏବଂ ଉକôଳ କରାଟେ ସ୍କୁଲ ପକ୍ଷରୁ ଆୟୋଜିତ କରାଟେ ବେଲ୍ଟ ଟେଷ୍ଟ ପରୀକ୍ଷାରେ ମୋଟ ୨୨ ଜଣ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କରାଟେ ସ୍କୁଲ୍ର ନିଦେ୍ର୍ଦଶକ/ପ୍ରଶିକ୍ଷକ ଧର୍ମେଶ ମେହେର, ପ୍ରଶିକ୍ଷକ ନବୀନ ମେହେର ଏବଂ ଇଣ୍ଡିଆ ଗ୍ରେଡ୍ ଏ ଜଜ୍ ଏବଂ ରେଫରୀ ସୁରେଶ ଜାଲ ଯାଦବଙ୍କ ତତ୍ତ୍ୱାବଧାନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବ୍ରାଉନ ବେଲ୍ଟରେ ଜଣେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅରେଞ୍ଜ ବେଲ୍ଟରେ ଦୁଇ ଜଣ, ୟେଲୋ ବେଲ୍ଟରେ ୧୬ ଜଣ ଏବଂ ଗ୍ରୀନ୍ ବେଲ୍ଟରେ ୩ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବ୍ରାଉନ ବେଲ୍ଟରେ ଉଜ୍ଜ୍ୱଳ ଦୀପ ଓଝା କୃତକାର୍ଯ୍ୟ ହୋଇଥିବା ବେଳେ ଭୂମରାଜ ସାହୁ, ଲୋଚନ ତାଣ୍ଡି ଏବଂ ତନ୍ମୟ ସିଂହ ଦେଓ ଗ୍ରିନ୍ ବେଲ୍ଟରେ, ଅରେଞ୍ଜ ବେଲ୍ଟରେ ବୀରେନ୍ଦ୍ର କୁର୍ରେ ଏବଂ ଶୁଭମ ମନହରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୟେଲୋ ବେଲ୍ଟରେ ପ୍ରଭୁଦତ ନାୟକ, ଗାର୍ଗବ ଯୋଶୀ, ହୃଦ୍ସ୍ପନ୍ଦନ ମେହେର, ଦିପ୍ତ ସୁନ୍ଦର ହେର୍ନା, ନାଇଁବେନ୍ଦୁ ହେର୍ନା, ଧୃବ କୁମାର ନାଏକ, ବି ଆଲଫ୍ରେଡ ଅମେନ୍, ବି ଇଶାକ ଅମେନ, ଅନନ୍ତ କୁମାର୍, ଅମ୍ଳାନ ମେହେର, ରାମ ସନ୍ତୋଷ ନିକମ, କଳ୍ପନା ସୁନାନି, ଡୋୟେଲ ଥପା, ସୁୟଶ ମେହେର, ଗୌରବ କୁମାର ଜଗତ, ପ୍ରତୁଶ ସାହୁ ପ୍ରମୁଖ କୃତକାର୍ଯ୍ୟ ହୋଇଛନ୍ତି ।