କଲେଜ ପରିଚାଳନା କମିଟି ସଭାପତିଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା : କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ତଥା ତୁଳସୀ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ନିଲୁ ମହାପାତ୍ରଙ୍କୁ କଲେଜ ତରଫରୁ ସମ୍ବର୍ନ୍ଧନା ଦିଆଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଦାୟକାଳୀନ ଉସôବରେ ମହାବିଦ୍ୟାଳୟର ଶୈକ୍ଷିକ ଅଧିକାରୀ ତଥା ଶିକ୍ଷକ -କର୍ମଚାରୀ ପରିଷଦର ସମ୍ପାଦକ ଡ଼ ମÿଥୁରୀ ଚରଣ ନାୟକ, ପ୍ରଶାସନିକ ଅଧିକାରୀ ଜ୍ୟୋତ୍ସ୍ନାମୟୀ ପତି, ସହ ଶୈକ୍ଷିକ ଅଧିକାରୀ ଡ଼ ପଦ୍ମଜା କବି ଶତପଥୀ, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ଼ ମମତା ସାହୁ ମଂଚାସୀନ ହୋଇ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।