କଲ୍ୟାଣ ମଣ୍ଡପର ଭୂମିପୂଜନ
ତାଳଚେର : ଦୀର୍ଘବର୍ଷ ଅପେକ୍ଷା ପରେ ପୂର୍ବତନ ସାଂସଦ ମହେଶ ସାହୁଙ୍କ ପ୍ରଚେଷ୍ଟାରେ ହେବାକୁ ଥିବା ତାଳଚେର ପୌରପରିଷଦ ଅନ୍ତର୍ଗତ ରାମଚନ୍ଦ୍ର ବଜାର ଠାରେ କଲ୍ୟାଣ ମଣ୍ଡପର ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି । ନଗରରପାଳ ପବିତ୍ର ଭୂତିଆ ଏହାର ଉଦ୍ଘାଟନ କାର୍ଯ୍ୟକ୍ରମ କରିଥିବାବେଳେ ଏଥିରେ ପୌରପରିଷଦର କାଉନସିଲର, ସାଂସଦ ଓ ବହୁ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ଥିଲେ । ପ୍ରାୟ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଥିବା କଲ୍ୟାଣୀ ମଣ୍ଡପ ୱାର୍ଡ଼ବାସୀର ଜନସାଧାରଣଙ୍କ ବିବାହ, ବ୍ରତ ମେଳା ଉତ୍ସବ ପାଇଁ ଭୋଗୁଥିବା ଅସୁବିଧା ଦୂର ହୋଇ ପାରିବ ବୋଲି ମତପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମ ୯ନମ୍ବର କାଉନସିଲର, ୮ନମ୍ବର କାଉନସିଲର ସନ୍ତୋଷ ବେହେରା, ବଜାର କମିଟି ସଭାପତି ସୁଧିର ପଟ୍ଟନାୟକ, ପଂଚାନନ ସାହୁ, ତପନ ମହାରଣା, ପୌପରିଷଦ ଯନ୍ତ୍ରୀ ଗୋଲେଖ ସାହୁ, ଇଂ ଶଶାଙ୍କ ଶେଖର ନାୟକ, ପଦ୍ମିମିନୀ ବାରି, ସତ୍ୟଭାମା ଦାସଙ୍କ ସହିତ ବହୁ ବରିଷ୍ଠ ଓ କନିଷ୍ଠ ଉପସ୍ଥିତ ଥିଲେ ।