ବିଶ୍ୱ ହସ୍ତୀ ଦିବସ ପାଳିତ 


ାା ପ୍ରଭାନୁ୍ୟଜ ।ା ବାରଙ୍ଗ :ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହାତୀ ଶାଳରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାାଇଛି । ମୁଖ୍ୟଅତିଥି ଭାବରେ ମୁଖ୍ୟ ବନ୍ୟସଂରକ୍ଷକ ଦେବଦତ୍ତ ବିଶ୍ୱାଳଙ୍କ ଉପସ୍ଥିତିରେ ହାତୀମାନଙ୍କୁ ଭଲ ଭଲ ସ୍ୱାଦିଷ୍ଟ ଖାଦ୍ୟ ଯଥା ମକା, ନଡିଆ, ତରଭୁଜ, କଦଳୀ, ଆଦି ଫଳ ହାତୀମାନଙ୍କୁ ଖାଇବାକୁ ଦିଆଯାଇଥିଲା । ହାତୀମାନଙ୍କ ଦାୟିତ୍ୱ ତୁଲାଉଥିବା ମହନ୍ତଙ୍କୁ ପୁରସ୍କାର ପ୍ରଦାନ ସହ ହାତୀଙ୍କ ସୁରକ୍ଷାକୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ସହ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ଉଦ୍ୟାନର ଉପନିଦେ୍ର୍ଦଶକ ସନତ କୁମାର ନାରାୟଣଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ୫ଟି ହାତୀ ରହିଥିବାବେଳେ ସେମାନଙ୍କ ନାମ ବାସନ୍ତି, ହିରା, ସହ ଛୁଆ ହାତୀ ନିଶା, ଆଶା, ଅଭି ରହିଛି ।
ଢେଙ୍କାନାଳ,୧୩ା୮: ଢେଙ୍କାନାଳ ଜିଲ୍ଲା କପିଳାସ ପ୍ରାଣୀଉଦ୍ୟାନ ପରିସରରେ ବିଶ୍ୱ ହାତୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରରେ ୪ଟି ହାତୀ ଥିବାବେଳେ ସେମାନଙ୍କ ମଧ୍ୟରୁ ବଡ ହାତୀ ଯାହାର ନାମ ରାକେଶ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବାରୁ ଅନ୍ୟ ୩ ହାତୀ ଯଥା ଶିବା, ପଦ୍ମା ଓ  ଶ୍ୟାମାଙ୍କୁ ଚନ୍ଦନ, ସିନ୍ଦୁରରେ ଚିତା ଲଗାଇ ପୂଜାର୍ଚ୍ଚନା କରି ପ୍ରାଣୀ ଉଦ୍ୟାନ ପରିସରରେ ବୁଲାଯାଇଥିଲା । ହାତୀମାନଙ୍କୁ ନଡ଼ିଆ, କଦଳୀ, ସେଓ ଆଦି ଖାଇବାକୁ ଦିଆଯାଇଥିଲା । ପ୍ରାଣୀ ଉଦ୍ୟାନ ପରିସରରେ ଆସିଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ଆକର୍ଷଣୀୟ ହୋଇଥିଲା । ହାତୀମାନେ ମଧ୍ୟ ପର୍ଯ୍ୟଟକମାନଙ୍କୁ ଉତ୍ସାହିତ କରିବାର ଦେଖାଯାଇଥିଲା । ପ୍ରାରମ୍ଭରେ କପିଳାସ ରେଞ୍ଜ ପରିସରରେ ଜିଲ୍ଲା ସହକାରୀ ବନ ସଂରକ୍ଷକ ସତ୍ୟନାରାୟଣ ସାହୁ, କପିଳାସ ରେଞ୍ଜ ଅଧିକାରୀ ତରୁଣ କୁମାର ମହାନ୍ତି, ଡାକ୍ତର ଅସିତ ଚକ୍ରବର୍ତ୍ତୀ, ବାୟୋଲୋଜି ଆଲୋକ ନାୟକ ଏବଂ ସମସ୍ତ ହାତୀ ସ୍କ୍ୱାର୍ଡ ଓ ବନକର୍ମଚାରୀ ପ୍ରମୁଖ ଆଜିର ବିଶ୍ୱ ହାତୀ ଦିବସ ଅବସରରେ ନିଜ ନିଜର ମତବ୍ୟକ୍ତ କରିଥିଲେ ।
ନୀଳଗିରି,୧୩ା୮: ନୀଳଗିରି ବ୍ଲକ ତରତରୀ ବାଳିକା ବିଦ୍ୟା ନିକେତନ ଠାରେ  କୁଳଡିହା ବନ୍ୟଜନ୍ତୁ  ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି । ଏଥିରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଏସିଏଫଓ ରାମଚନ୍ଦ୍ର ମୁର୍ମୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଫାଉଣ୍ଡେସନର ସଭାପତି ମନୋରଞ୍ଜନ ଦାସ, ସମ୍ପାଦକ ଅସିତ ପ୍ରଧାନ, ସ୍କୁଲର ପ୍ରଧାନ ଶିକ୍ଷକ ବିକାଶ କୁମାର ଜେନା, କୋଷାଧ୍ୟକ୍ଷ ରଘୁ ସିଂ, ଅମରେନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।  ନିକଟସ୍ଥ ୭ଟି ସ୍କୁଲର ଛାତ୍ରଛାତ୍ରୀମାନେ ଏହି ସଭାରେ ଯୋଗ ଦେଇଥିବାବେଳେ ସେମାନଙ୍କୁ ହାତୀ, ବନ୍ୟଜନ୍ତୁ ସୁରକ୍ଷା ଓ ପରିବେଶ ସୁରକ୍ଷା ନିମନ୍ତେ ଉପାଦେୟ ବାର୍ତ୍ତାମାନ ଅତିଥିମାନେ ବୁଝାଇଥିଲେ । ହାତୀ ଦିବସକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୋଟ ୧୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ମାନସ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।