କଲ୍ୟାଣ ମଣ୍ଡପ ଉପରେ ବିଦୁ୍ୟତ ତାର

 ଜଟଣୀ :  ପୂର୍ବତଟ ରେଲୱେ ବିଭାଗର ରେତଙ୍ଗ କଲୋନୀରେ ଅବସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ସମ୍ମୁଖ ଫାଟକର ଠିକ ଉପରେ ଟାଟା ବିଦୁ୍ୟତ୍ ବିଭାଗ ଦ୍ୱାରା ବିପଦ ପୂର୍ଣ୍ଣ ଭାବେ ଟଣା ଯାଇଥିବା ୩୩ କେଭି ବିଦୁ୍ୟତ ତାରକୁ ନେଇ ଭୟ ଓ ଆଶଙ୍କା ଦେଖାଦେଇଛି । ଉଲ୍ଲେଖ ଯୋଗ୍ୟ ଯେ, ରେଲୱେ ରେତଙ୍ଗ କଲୋନୀରେ ଅବସ୍ଥିତ କଲ୍ୟାଣ ମଣ୍ଡପରେ ବର୍ଷକୁ ଅନେକ ଉତ୍ସବ ଯଥା ବିବାହ, ବ୍ରତ, ଜନ୍ମଦିନ ତଥା ରେଲୱେ ବିଭାଗ ଦ୍ୱାରା ଅନେକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପାଳିତ ହୋଇଥାଏ । ପ୍ରତ୍ୟକ ଉତ୍ସବ ପାଇଁ ଟେଣ୍ଟ, ବିଦୁ୍ୟତ ଦ୍ୱାରା ବହୁ ସାଜସଜ୍ଜା ହୋଇଥାଏ । କଲ୍ୟାଣ ମଣ୍ଡପ ସମ୍ମୁଖ ମୁଖ୍ୟ ଫାଟକ ଉପରେ ବିଦୁ୍ୟତ୍ ବିଭାଗ ଦ୍ୱାରା ଟଣା ଯାଇଥିବା ୩୩ କେଭି ବିଦୁ୍ୟତ ତାର ପାଇଁ ମୁଖ୍ୟ ଫାଟକରେ ଟେଣ୍ଟ କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ ତୋରଣ ସମୟରେ ଅନେକ ବାର ୩୩ କେଭି ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇ ଅଳ୍ପକେ ବଞ୍ଚିଯାଇଥିବା ସ୍ଥାନୀୟ ପ୍ରତ୍ୟକ ଦର୍ଶୀ ପ୍ରକାଶ କରିଛନ୍ତି କ୍ଷ ଏଠି ସାଧାରଣରର ପ୍ରଶ୍ନ ଉଠେ ଅବସ୍ଥିତ କଲ୍ୟାଣ ମଣ୍ଡପ ସମ୍ମୁଖରେ ଏଭଳି ବିପଦ ପୂର୍ଣ୍ଣ ଭାବରେ ଉଚ୍ଚ ସମ୍ପନ୍ନ ବିଦୁ୍ୟତ ତାରର ସଂଯୋଗୀକରଣ ପାଇଁ ଅନୁମତି ଦେଲା କିଏ? ଏହାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଏହି ଉଚ୍ଚ ସମ୍ପନ୍ନ ବିଦୁ୍ୟତ୍ ସଂଯୋଗୀ କରଣ ତାରକୁ କଲ୍ୟାଣ ମଣ୍ଡପ ମୁଖ୍ୟ ଫାଟକ ଉପରୁ ସ୍ଥାନାନ୍ତରିତର ବ୍ୟବସ୍ତା କରାଯାଉ ନଚେତ ଏହି ତାରକୁ ସୁରକ୍ଷିତ ପାଇପ ଦ୍ୱାରା ଆବଦ୍ଧ କରାଯାଉ । ଏହି ପରି କାର୍ଯ୍ୟକୁ ରେଲୱେ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ତଦନ୍ତ କରି ଟାଟା ବିଦୁ୍ୟତ୍ ବିଭାଗକୁ ଏହାର ସୁରକ୍ଷା ପାଇଁ ନିଦେ୍ର୍ଦଶ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ରେଳ କର୍ମଚାରୀ