କଳକୀ ଦରବାର ପକ୍ଷରୁ ସତ୍ସଙ୍ଗ

 କଟକ:  କଳକୀ ଦରବାର ପକ୍ଷରୁ ସ୍ଥାନୀୟ ମର୍କତନଗର ସେକ୍ଟର ୮ରେ ମାସିକ ସତ୍ସଙ୍ଗ ଆୟୋଜିତ ହୋଇଯାଇଛି । ଆଧ୍ୟାତ୍ମିକ ଗୁରୁ ଅନନ୍ତ ଜ୍ଞାନଗୁରୁ ମହାରାଜାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସତ୍ସଙ୍ଗରେ ମୁଖ୍ୟବକ୍ତା ଭାବେ ସାରସ୍ୱତ ଆଶ୍ରମର ସାଧୁ ମାନସ ଚୈତନ୍ୟ ମହାରାଜ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମହାପ୍ରଭୁ କଳକୀ ଭଗବାନ ଓ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଫଟୋ ପୂଜାର୍ଚ୍ଚନା କରାଯାଇ ସତ୍ସଙ୍ଗ ଆରମ୍ଭ କରାଯାଇଥିଲା । ଦଶ ଅବତାର ସ୍ତୋତ୍ର, କଳକୀ ଭଜନ ଓ ଜଗନ୍ନାଥ ଷ୍ଟକ ଆବୃତ୍ତି କରାଯାଇଥିଲା । ଏହି ଅବସରରେ କୂଳ ପୁରୋହିତ ପଣ୍ଡିତ ହୃଷିକେଶ ପଣ୍ଡା ଆଳତୀ କରିଥିଲେ । ସଂଯୋଜ ସାମନ୍ତରାୟ ଭଜନ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭକ୍ତ ସଂଗ୍ରାମ କେଶରୀ ମହାନ୍ତି, ଗୌରାଙ୍ଗ ଚରଣ ପ୍ରଧାନ, ଲକ୍ଷ୍ମୀଧର ଦାସ, ବିଜୟ ସାମଲ, ଗୁରୁଦତ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ କଳକୀ ଭଗବାନଙ୍କ ଆର୍ଭିବାବ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ସାମ୍ବାଦିକ ପ୍ରଭୁଦତ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।