"କଳ୍ପନାରୁ ଦକ୍ଷତାକୁ ଯାତ୍ରା' କର୍ମଶାଳା ଯୋଗ ଦେଲେ ୧୬୦ ଶିକ୍ଷକ ଓ ଛାତ୍ରଛାତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଉଚ୍ଚ ମାଧ୍ୟମିକସ୍ତରରେ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ଓ ଦକ୍ଷତାକୁ ଏକ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦେ୍ଦଶ୍ୟରେ ଆଜି କୃଷି ଭବନସ୍ଥିତ ଅଡ଼ିଟୋରିୟମଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚÿ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ଆନୁକୂଲ୍ୟରେ ଦୁଇ ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନବସୃଜନ ସେଲ୍ (ଏମଆଇସି) ଏବଂ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ସହଯୋଗରେ ବିଦ୍ୟାଳୟ ନବସୃଜନ ପରିଷଦ (ସ୍କୁଲ ଇନୋଭେସନ କାଉନସିଲ) କୁ କାର୍ଯ୍ୟକାରୀ କରିବା ନେଇ “କଳ୍ପନାରୁ ଦକ୍ଷତାକୁ ଯାତ୍ରା” କର୍ମଶାଳାର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ ଉପସ୍ଥିତ ରହି ବିକଶିତ ଓଡ଼ିଶା ଗଠନରେ ଏହି କର୍ମଶାଳା ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଉଦ୍ଭାବନ କ୍ଷେତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ । ଓଡ଼ିଶାରେ ନବସୃଜନ ଓ ଦକ୍ଷତା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହି ଦୁଇ ଦିନିଆ କର୍ମଶାଳାରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଉଦ୍ଭାବନ କ୍ଷେତ୍ରରେ ଉଚିତ୍ ମାର୍ଗଦର୍ଶନ ପାଇବେ ବୋଲି ସୂଚନା ଦେଇଛନ୍ତି ନନ୍ଦ । ଏହି କର୍ମଶାଳାରେ ୧୬୪ ଜଣ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ପିଏମ-ଶ୍ରୀ ବିଦ୍ୟାଳୟର ୫୯ ଜଣ ଅଧ୍ୟକ୍ଷ, ବିଭିନ୍ନ ସରକାରୀ ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟର ୬୦ ଜଣ ସ୍ନାତକୋତ୍ତର ଶିକ୍ଷକ ବା ପିଜିଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୩୦ ଜଣ ସ୍ନାତକୋତ୍ତର ଶିକ୍ଷକ ବା ପିଜିଟି ଭାଗ ନେଇଥିବା ବେଳେ ଓଡ଼ିଆପ୍ରେନୁ୍ୟର ୧.୦ ଏବଂ ୨.୦ ରେ କୃତିତ୍ୱ ହାସିଲ କରିଥିବା ୧୫ ଜଣ ଛାତ୍ରଛାତ୍ରୀ ମଧ୍ୟ ଏହି କର୍ମଶାଳାରେ ଭାଗ ନେଇଛନ୍ତି । ଏହି ଦୁଇ ଦିନିଆ କର୍ମଶାଳାରେ ଡିଜାଇନ୍ ବିଚାରଧାରା ଓ ନବସୃଜନ, ପ୍ରୋଟୋଟାଇପ୍/ଉତ୍ପାଦ ବିକାଶ, ଆଇଡ଼ିଆ ଜେନେରେସନ୍ ଓ ମାର୍କେଟ ରିସର୍ଚ୍ଚ, ଉତ୍ପାଦ ନିର୍ମାଣ ଓ ଆଇପି କର୍ମସିଆଲାଇଜେସନ, ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାଙ୍କ ସହ ଆଲୋଚନା, ପେଟେଣ୍ଟ ଉପରେ ଗୁରୁତ୍ୱ, ଭାରତରେ ପେଟେଣ୍ଟ ଦାଖଲ କରିବା, ଆଇପି ଶିକ୍ଷା ଓ ସଚେତନତା ନିମନ୍ତେ କଲାମ କାର୍ଯ୍ୟକ୍ରମ, ବିଦ୍ୟାଳୟ ନବସୃଜନ ପରିଷଦ, ବିଦ୍ୟାଳୟ ପାଇଁ ନବସୃଜନ ପଦକ୍ଷେପ, ବ୍ୟବସାୟ ମଡେଲ୍ ଆଦି ସମ୍ପର୍କରେ ଆଲୋଚନା କରାଯିବ ।