କାଗଜ ଓ ଚେକ୍ବହି ନ ଫେରାଇଲେ, ରାସ୍ତାକୁ ଓହ୍ଲାଇବ ସଂଘ
କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ୍ ଓଡିଶା ଜୀବିକା ମିଶନ ଶକ୍ତିର ଚକ୍ରୋଡା ପଞ୍ଚାୟତସ୍ତରୀୟ ମହାସଂଘର ଶତାଧିକ ନେତୃ ମଣ୍ଡଳୀ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଜୀବିକା ମିଶନର ବିପିଏମ୍ ମିଶନ ସଂଘ ବେଆଇନ ଭାବେ ଚେକ୍ ଓ ଗୁରୁତ୍ୱପୂର୍ଣ୍ଣ କାଗଜ ଗୁଡିକୁ ଜବତ କରି ରଖିଛନ୍ତି । ଏହାକୁ ନଫେରାଇଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘର ସଭାପତି ସରୋଜିନୀ ରାଉତ, ସଂପାଦିକା ଅନ୍ନପୂର୍ଣ୍ଣା ଦାସ, ରଶ୍ମିତା ପରିଡା, କଲ୍ୟାଣୀ ପରିଡା, ସସ୍ମିତା ରାଉତ ପ୍ରମୁଖ ଶତାଧିକ ସଭ୍ୟା ପ୍ରମୁଖ ମୁଖ୍ୟ ନିର୍ବାହୀ ଅଧିକାରୀ ମହାନ୍ତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।