ବାଘ ଆତଙ୍କ : ସ୍ଥାନୀୟ ଲୋକେ ଭୟଭୀତ
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବାଘ ଆତଙ୍କ। ଯାହାଫଳରେ ସ୍ଥାନୀୟ ଲୋକ ଆତଙ୍କିତ ରହିଛନ୍ତି। ବାଘକୁ ଠାବ ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି । ମୁକ୍ତାପଶି ଫରେଷ୍ଟ କାଦବସନ୍ତ ଗାଁରେ ଜଙ୍ଗଲ ଭିତରକୁ ନେଇ ଏକ ଗାଇକୁ ମାରିଦେଇଥିବା ଜଣାପଡିଛି । ଗାଈଗୋରୁ, ଛେଳି ମେଣ୍ଢା ଆଦି ନଛାଡିବାକୁ ଓ ଜଙ୍ଗଲକୁ ନଯିବାକୁ ପରାମର୍ଶ ଦିଆଯାଇଛି ।