ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ଦେବଗଡ଼ : ସୀମା ଟପିଲା ନୃଶଂସତା । ଦେବଗଡ଼ ଜିଲା ବାରକୋଟ ଥାନା ଔତଳ ଗାଁରେ ଅଭାବନୀୟ ଘଟଣା । ଟାଙ୍ଗିଆରେ ବାପାଙ୍କୁ ହାଣି ମାଟିରେ ପୋତିଦେଲା ନୃଶଂସ ପୁଅ ।  ସୂଚନା ଅନୁଯାୟୀ, ପୁଅ ହୃଦାନନ୍ଦ ବେହେରା ଘରେ ଥିବା ଏକ ମେଣ୍ଢାକୁ ବିକ୍ରି ପାଇଁ ଜିଦ ଧରିଥିବା ବେଳେ ବାପା ବଳଭଦ୍ର ବେହେରା (୬୨) ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ହୃଦାନନ୍ଦ ଏକ ଟାଙ୍ଗିଆରେ ବାପାକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ବଳଭଦ୍ରଙ୍କର ମୃତ୍ୟୁ ଘଟିଥିଲା । ପରେ ମୃତ ଦେହକୁ ନିକଟସ୍ଥ ଜମି ହିଡରେ ଗାତ ଖୋଳି ପୋତି ଦେଇଥିଲା ନୃଶଂସ ପୁଅ । ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି ।  ମୃତଦେହକୁ ମାଟିରେ ବାହାର କରିବା ସହ ପୁଅକୁ ଅଟକ ରଖିଛି ପୁଲିସ। ଏଥି ସହିତ ପୁଲିସ୍‌ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, କୋଦାଳ ପ୍ରଭୃତି ମଧ୍ୟ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।