କାରରୁ ଲୁଟି ନେଲେ ୨୦ ଲକ୍ଷ ଟଙ୍କା

କାରରୁ ଲୁଟି ନେଲେ  ୨୦ ଲକ୍ଷ ଟଙ୍କା

ବରଗଡ : ହୋଟେଲରେ ଖାଉ ଥିବା ସମୟରେ ଗାଡ଼ିରୁ ଲୁଟି ନେଲେ ୨୦ ଲକ୍ଷ ଟଙ୍କା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଗାନ୍ଧୀ ଛକ । କାର କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । 

  ସୂଚନା ମୁତାବକ, ଅଭିଯୋଗକାରୀ ବରଗଡ ଏସବିଆଇରୁ ୧୫ ଲକ୍ଷ ଏବଂ ଏଟିଏମରୁ ୫ ଲକ୍ଷ ଟଙ୍କା ଉଠାଇଥିଲେ । ସେମାନେ ଟଙ୍କା ଉଠାଇବା ପରେ ଗାନ୍ଧୀ ଛକ ଠାରେ ଥିବା ହୋଟେଲକୁ ଖାଇବା ପାଇଁ ଯାଇଥିଲେ । ଯିବା ସମୟରେ କାରର ଆଗ ସିଟ୍‌ ତଳେ ଟଙ୍କା ରଖି ଖାଇବାକୁ ଯାଇଥିଲେ । ସେହି ସମୟର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସେମାନେ କର କଚ ଭାଙ୍ଗି ସିଟ ତଳେ ରଖା ଯାଇଥିବା ୨୦ ଲକ୍ଷ ଟଙ୍କାକୁ ଲୁଟି ନେଇଛନ୍ତି । ଏ ନେଇ ଯୁବକମାନେ ଥାନାରେ ଅଭିଯୋଗ କରଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ଛାନଭିନ୍‌ ଜାରି ରଖିଛି ।