କାର୍ଯ୍ୟକାରୀ ହେବ ଓସ୍ୱାସ ପଦ୍ଧତି  କାର୍ଯ୍ୟାଳୟରେ ପଡିରହିବ ନି ଫାଇଲ

 ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ରାଜ୍ୟ କାର୍ଯ୍ୟପ୍ରବାହ ସ୍ୱୟଂ ଚାଳିତ ବ୍ୟବସ୍ଥା ଲାଗୁ କରିବା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହେଇଛି । ଢେଙ୍କାନାଳ ଦିତ୍ୱୀୟ ପର୍ଯ୍ୟାୟ ଜିଲ୍ଲା ଭାବେ ଏହି ବ୍ୟବସ୍ଥା ୧୪ ଜୁଲାଇ ୨୦୨୫ରୁ ଲାଗୁକରିବାକୁ ଯାଉଛି । ଏହି ବ୍ୟବସ୍ଥା ଦ୍ୱାରା ଜିଲ୍ଲା ସହ ବ୍ଲକ ଯୋଡି ହେବ । ଦୀର୍ଘ ସମୟ ଧରି ଫାଇଲ ଅଧିକାରୀଙ୍କ ନିକଟରେ ପଡିରହିବ ନାହିଁ କ୍ଷ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଠୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଂଚାୟତରୁ ବ୍ଲକ ଓ ତହସିଲସ୍ତର ପର୍ଯ୍ୟନ୍ତ ଜିଲ୍ଲାର ୪୦ଟି ବିଭାଗୀୟ ଅଫିସରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ କ୍ଷ ପ୍ରଶାସନ ପକ୍ଷରୁ ସ୍ୱୟଂ ଚାଳିତ ବ୍ୟବସ୍ଥାକୁ ସମୃଦ୍ଧ କରିବାକୁ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି । କୌଣସି ବି ଫାଇଲ ଧାର୍ଯ୍ୟ ସମୟ ଠାରୁ ଅଧିକ ସମୟ କୌଣସି ଅଧିକାରୀ ନିଜ ପାଖେ ରଖିଲେ ତାହା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଭାଗୀୟ ମୁଖ୍ୟଙ୍କଠାରୁ ବିଭାଗୀୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆଇଟି ମାଧ୍ୟମରେ ସ୍ୱୟଂ ଚାଳିତ ହେବା ବ୍ୟବସ୍ଥା ହୋଇଛି । ବୈଠକରେ ଓକାକର ଡୋମେନ  ପରାମର୍ଶଦାତା ଶ୍ରୀ ସତ୍ୟରଞ୍ଜନ ସାହୁ, ଅତରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣୀ ପ୍ରଧାନ, ନିର୍ବାହୀ ଅଧିକାରୀଶ୍ରୀ ଦୀପ୍ତି ରଞ୍ଜନ ସେଠି, ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।