କାର୍ଯ୍ୟରେ ଯୋଗଦେଲେ ରୂପା ରୋଶନ

 ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରୂପା ରୋଶନ ସାହୁ ଓଡ଼ିଶା ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ଅବସ୍ଥାପିତ ଥିଲେ । ୨୦୦୬ ମସିହା ଆଇ.ଏ.ଏସ୍. ବ୍ୟାଚର ଅଧିକାରୀ ଶ୍ରୀମତୀ ସାହୁ ପ୍ରଶାସନିକ ସେବା ଜୀବନର ଆରମ୍ଭରୁ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି  ।