କାଶ୍ମୀରରେ ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ୍ ଜିଲ୍ଲାର ଖାରି କରମରା ଅଞ୍ଚଳର ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଯବାନମାନେ ପଣ୍ଡ କରିଛନ୍ତି । ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ସେନାର ଜଣେ ଅଧିକାରୀ କହିଛନ୍ତି ଯେ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ଯବାନମାନେ ଗୁରୁବାର ଏହି ଅଞ୍ଚଳରେ ସନେ୍ଦହଜନକ ଗତିବିଧି ଦେଖିଥିଲେ । ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିବାରୁ ଯବାନମାନେ ଗୁଳି ଚଳାଇଥିଲେ, ଯାହାର ଜବାବରେ ଅନୁପ୍ରବେଶକାରୀମାନେ ଗୁଳି ଚଳାଇଥିଲେ । ପ୍ରବଳ ଗୁଳି ବିନିମୟ ହୋଇଥିଲା ଏବଂ ରାତି ସାରା ଜାରି ରହିଥିଲା । ଏହି ଅପରେସନରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଅନେକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଭଳି ଷ୍ଟୋର ଠାବ କରାଯାଇଛି । ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ଅପରେସନ ଜାରି ରହିଛି ଏବଂ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କଡ଼ାକଡ଼ି କରିବା ପାଇଁ ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି । ସର୍ଚ୍ଚ ଅପରେସନରେ ସୁରକ୍ଷା ବାହିନୀ ଆକାଶମାର୍ଗରୁ ନଜର ରଖିବା ପାଇଁ ଡ୍ରୋନ ବ୍ୟବହାର କରୁଛନ୍ତି ।