ସମ୍ବିଧାନ ବଞ୍ଚାଅ ସମାବେଶ

 ନୂଆପଡା  :  ନୂଆପଡା ଜିଲ୍ଲା କୋମନା ବ୍ଳକ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେଶ ଆଜାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଂଯୋଜକ ଘାସିରାମ ମାଝି, ଜିଲ୍ଲା ପରିଷଦ ସଭ୍ୟ ଭାରତଲାଲ ରାଉତ, ବରିଷ୍ଠ ନେତା କମଳଚରଣ ତାଣ୍ଡି, ଜିଲ୍ଲା ଯୁବକଂଗ୍ରେସ ସଭାପତି ଅମିତ ଅହିର, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପାଶା ମହାନନ୍ଦ, ସାହାରୁଖ ଖାନ, କୈଳାସ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପୁରୁଣା ବ୍ଳକ ଛକରୁ ଏକ ଶୋଭାଯାତ୍ରା ବାହାରି ବଜାର ପ୍ରାଙ୍ଗଣରେ ପହଞ୍ଚିଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ନେତାମାନେ ବିଷୋଦଗାର କରିଥିଲେ ।