କାହ୍ନୁଚରଣ କଲେଜର ବାର୍ଷିିକୋତ୍ସବ 

 ଯାଜପୁର: କାହ୍ନୁଚରଣ ମହାବିଦ୍ୟାଳୟ କୋରେଇର ୩୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । +୨ କଲେଜର ଅଧ୍ୟକ୍ଷ ସ୍ମୃତିରଞ୍ଜନ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ସଭାରେ ଅତିଥି ଭାବେ ବିଧାୟକ ଆକାଶ ଦାସନାୟକ, ବିଡିଓ ଅବନୀକାନ୍ତ ସାହୁ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀ ଜୀବନରେ ସଫଳ ହେବାକୁ ହେଲେ ପ୍ରଥମେ ଲକ୍ଷ ସ୍ଥିର କରିବା ଦରକାର । ଏହା ସହ ବଡ ସ୍ୱପ୍ନ ଦେଖିବାକୁ ସେ ଆହ୍ୱାନ ଦେଇଥିଲେ । ଭାରତରନô ଅବଦୁଲ କାଲାମଙ୍କ ଉଦାହରଣ ଦେଇ ଜୀବନରେ ବଡ଼ ସ୍ୱପ୍ନ ଦେଖିଲେ ଆଗକୁ ଯିବା ସମ୍ଭବ ହେବ ବୋଲି ଶ୍ରୀ ଦାସନାୟକ କହିଥିଲେ । ଆଗାମୀ ଦିନରେ କଲେଜରେ ଏକ ସମ୍ମିଳନୀ କକ୍ଷ, ଅସମ୍ପୂର୍ଣ୍ଣ ପ୍ରାଚୀରକୁ ଖୁବ୍ ଶିଘ୍ର ଶେଷ କରିବା, ଖେଳ ପଡିÿଆ ଏବଂ ଗ୍ରନ୍ଥାଗାରର ଉନ୍ନତି ସାଙ୍ଗକୁ ବିଜ୍ଞାନ ଛାତ୍ରାଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତଅତିଥି ଭାବେ ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ କଲେଜ ନିର୍ମାଣ ସମୟର ଅନେକ ସ୍ମୃତି ତୋଳି ଧରିଥିଲେ । ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ମୋହନ ଚରଣ ଖୁଣ୍ଟିଆ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ପ୍ରାଧ୍ୟାପକ ରବିନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଅଧ୍ୟାପକ ବିରଞ୍ଚô ନାରାୟଣ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କଲେଜର ପ୍ରଥମ ବ୍ୟାଚ ଛାତ୍ରୀ  ମୁଖ୍ୟ କିରାଣୀ ଭାବରେ କାର୍ଯ୍ୟରତା ବାସନ୍ତୀ ବେହେରାଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଉଭୟ +୨ ଏବଂ +୩ ରେ ଅନୁଷ୍ଠିତ କ୍ରୀଡା ଏବଂ ସାଂସ୍କୃତିକ ପ୍ରତିଯୋଗୀତାରେ କୃତକାର୍ଯ୍ୟ ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ । ଅଧ୍ୟାପକ ସନ୍ୟାସୀ ପ୍ରସାଦ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହାୟତା କରିଥିଲେ ।