କୁକର୍ମକାରୀ ଅଭିଯୁକ୍ତଙ୍କୁ ୧୦ବର୍ଷ କାରାଦଣ୍ଡ          

କେନ୍ଦୁଝର: କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଆଜି ଏକ କୁକର୍ମ ମାମଲାର ବିଚାର କରି ଯୋଶିପୁର ଥାନା ଅନ୍ତର୍ଗତ ବଡପଣ୍ଡାଗଣ୍ଡି ଗ୍ରାମର ଅଭିଯୁକ୍ତ ଲିଟୁନ ରଣାଙ୍କୁ  ଦଶବର୍ଷ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ'ପାଟଣା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀରେ ପାଠ ପଢୁଥିବା ପୀଡିତାଙ୍କୁ ୨୦୨୧ମସିହା ସେପ୍ଟେମ୍ବର ୧୨ତାରିଖରେ ଅପହରଣ ନେଇଯାଇଥିଲା । ଘର ଲୋକ ତାଙ୍କୁ ବହୁ ଖୋଜା ଖୋଜି କରି ପାଇନଥିଲେ ।
୨୦ତାରିଖ ସନ୍ଧ୍ୟାରେ ପୀଡିତାଙ୍କୁ ଅଭିଯୁକ୍ତ ଲିଟୁନ ଗାଁ ମୁଣ୍ଡରେ ଛାଡି ପଳାଇଯାଉଥିବା ସମୟରେ ତାଙ୍କୁ ଗାଁ ଲୋକେ କାବୁ କରିଥିଲେ । ଏହି ଘଟଣା ବିଷୟରେ ପୀଡିତାଙ୍କୁ ପଚାରିବାରୁ ସେ ବିବାହ ପ୍ରଲୋଭନ ଦେଖାଇ ନେଇଯାଇ ଭୁବନେଶ୍ୱର ଭଉଣୀଘରେ ରଖି ଅନିଚ୍ଛା ସତ୍ତ୍ୱେ ବହୁବାର ବହୁବାର କୁକର୍ମ କରିଥିଲା । ଏହି ଘଟଣାକୁ ନେଇ ପୀଡିତାର ବାପା ପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଅଭିଯୁକ୍ତ ଲିଟୁନଙ୍କୁ ଥାନାରେ ଜିମା ଦେଇଥିଲେ । ଏହାକୁ ଭିତ୍ତିକରି ପାଟଣା ଥାନା ପୁଲିସ ଏକ ୧୫୪/୨୧ ଦଫା ୩୬୩/୩୬୬/୩୭୬(୨)ଏନ୍ ଓ ୬ ପକ୍ସୋ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ଆଜି ୧୨ଜଣ ସାକ୍ଷୀଙ୍କ ଜମାନବଳୀକୁ ଭିତ୍ତିକରି ଅଭିଯୁକ୍ତ ଲିଟୁନ ରଣାଙ୍କୁ ଧାରା ୩୬୬ ଓ ୩୭୬(୨)ଏନରେ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକ ଦଫାରେ ୧୦ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ପ୍ରତ୍ୟେକ ଦଫାରେ ୧୦ହଜାର ଜରିମାନା କରିଛନ୍ତି । ଏହାସହ ଜରିମାନା ଅନାଦେୟ ଅଧିକ ୬ମାସ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହିତ ପୀଡିତାଙ୍କୁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ  ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରିଥିଲେ  ।